ଅମର ପାଲି କ୍ରିକେଟ କପ ; ଚତୁର୍ଥ ଦିବସରେ ଘଣ୍ଟ ପାଲି କୁ ହରାଇ ଉଲୁଣ୍ଡା ସେମିଫାଇନାଲ ରେ ପ୍ରବେଶ


ବିରମହlରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଓ ଜେମସଷ୍ଟାର କ୍ଲବ ର ମିଳିତ ଆନୁକୂଲ୍ୟରେ ହେଉଥିବା ୨୧ତମ ଅମରପାଲି କ୍ରିକେଟ କପ୍ ର ଶନିବାର ଥିଲା ଚତୁର୍ଥ ଦିବସ । ଶନିବାର ତିନୋଟି ମ୍ୟାଚ୍ ଥିବା ବେଳେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ ଘଣ୍ଟପାଲି କୁ ହରାଇ ଉଲୁଣ୍ଡା ସେମି ଫାଇନାଲ ରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ୍ ଟି ଘଣ୍ଟପାଲି ଓ କେନ୍ଦୁପାଲି ମଧ୍ୟରେ ହୋଇଥିଲା । ଏଥିରେ କେନ୍ଦୁପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୭୩ ରନ କରିଥିଲା। ଜବାବରେ ଘଣ୍ଟପାଲି ଦଳ ୯.୩ ଓଭର ରେ ୮ ଉଇକେଟ ହରାଇ ୭୪ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ମୁର୍ଷୁଣ୍ଢି ଓ ଉଲୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଉଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୧୧୪ ରନ କରିଥିଲା। ଜବାବରେ ମୁର୍ଷୁଣ୍ଢି ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୮୯ ରନ କରି ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଘଣ୍ଟପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଉଲୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଉଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର ରେ ୩ ଉଇକେଟ ହରାଇ ଅଭିଳାଷ ଙ୍କ ୪୦ ଓ ବିଶାଳ ଙ୍କ ୩୨ ରନ ସହାୟତା ରେ ୧୦୪ ରନ କରିଥିଲା । ଜବାବରେ ଘଣ୍ଟପାଲି ଦଳ ନିର୍ଦ୍ଧାରିତ ୭ ଓଭର ରେ ୩ ଉଇକେଟ ହରାଇ ୬୭ ରନ କରି ପରାସ୍ତ ହୋଇଥିଲା । ଫଳରେ ଉଲୁଣ୍ଡା ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଥିଲା । ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ପ୍ରୟାସ ସାମାଜିକ ସଙ୍ଗଠନ ର ସଭାପତି ରାଧେଶ୍ୟାମ ମିଶ୍ର ମୁଖ୍ୟ ଅତିଥି ଏବଂ କ୍ରୀଡାବିତ ସିଦ୍ଧାର୍ଥ ପାତ୍ର, ଟୁର୍ଣ୍ଣାମେଣ୍ଟେ ପରିଚାଳନା ସଭାପତି ବିମ୍ବାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଲୁଣ୍ଡା ର ଚନ୍ଦନ ମେହେର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ସୁରେଶ ବିଶି, ରଘୁବୀର ମିଶ୍ର , ଅନନ୍ତ ପ୍ରଧାନ ଓ ସମ୍ବିତ ମାଝୀ ଆମ୍ପାୟାର , ଶୁଭେନ୍ଦୁ ଶେଖର ସାହୁ ସ୍କୋରିଙ୍ଗ,ସବ୍ୟସାଚୀ ବଘାର ଓ ଅଂଶୁମାନ ପ୍ରଧାନ ଅନଲାଇନ ସ୍କୋରିଙ୍ଗ ଏବଂ ତଥାଗତ ସାହୁ , ସୁଶୀଲ ସାହୁ ଓ ପ୍ରାଣବନ୍ଧୁ ସାହୁ ଧାରାବିବରଣି ପ୍ରଦାନ କରିଥିଲେ l