Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର- ସୁବଳୟା ମୁଖ୍ୟ ରାସ୍ତାର ଜଟେସିଂହା ସ୍କୁଲ ନିକଟରେ ରେଡ଼ିଅମ ହମ୍ପସ ପାଇଁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ସୁବଳୟା ମୁଖ୍ୟ ରାସ୍ତା ଜଟେସିଂହା ଛକ ନିକଟରେ ରେଡିୟମ ହମ୍ପସ୍ ଲଗାଇବା ପାଇଁ ଦାବି ହେଉଛି । ମୁଖ୍ୟ ରାସ୍ତା କୁ ଲାଗି ଜନବସତି , ପଞ୍ଚାୟତ କାର୍ଯ୍ୟାଳୟ , ହାଇସ୍କୁଲ , ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଏଠାରେ ସଦାସର୍ବଦା ଜନଗହଳି ଲାଗି ରହିଥାଏ । ସ୍କୁଲ ସମୟରେ ଛାତ୍ରଛାତ୍ରୀ ଙ୍କ ଯିବା ଆସିବା କରିଥାନ୍ତି ।‌ ଏଠାରେ ଆଗରୁ ହମ୍ପସ୍ ରହିଥିବା ବେଳେ ଏବେ ରାସ୍ତା ଉନ୍ନତିକରଣ ହେବାରୁ ହମ୍ପସ୍ ଦିଆଯାଇ ନାହିଁ। ଯାହା ଫଳରେ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଲାଗି ରହିଛି।‌ ଏହି ରାସ୍ତା ଉପରେ ବିଭିନ୍ନ ଭାରିଯାନ ତଥା ବାଇକ ଆରୋହୀ ମାନେ ଦୃତ ଗତିରେ ଗାଡି ଚଳାଚଳ କରୁଥିବା ନଜର ରହିଛି । ଏଠାରେ ହମ୍ପସ୍ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସ୍ଥାନୀୟ ପ୍ରାଥମିକ ଚିକିତ୍ସାଲୟ , ହାଇସ୍କୁଲ , ପଞ୍ଚାୟତ ଓ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ରେଡିୟମ ହମ୍ପସ୍ ସ୍ଥାପନ ପାଇଁ ଅଞ୍ଚଳବାସୀ ତଥା ଅଭିଭାବକ ମାନେ ଦାବି କରିଛନ୍ତି।‌ ଏନେଇ ଛାତ୍ରଛାତ୍ରୀ ତଥା ଜନସାଧାରଣ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ