ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଜୁନିଅର ରେଡକ୍ରସ ର ବ୍ଲକ ସଂଯୋଜକ ବୈକୁଣ୍ଠ ନାୟକ ଏଡ଼ସ ର କାରଣ ଓ ନିରାକରଣ ସମ୍ପର୍କ ରେ ବିଶଦ ଭାବେ ସୂଚନା ଦେଇଥିଲେ । ଏଥିରେ ବିଦ୍ୟାଳୟ ର ଜୁନିଅର ରେଡକ୍ରସ ର ଛାତ୍ର , ଅନ୍ୟ ଛାତ୍ର ଓ ଶିକ୍ଷକ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ଧର୍ମାନନ୍ଦ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।