ବୀରମହାରାଜପୁର ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ଏନର୍ଜି କ୍ଲବ ତରଫ ରୁ ସାରl ରାଜ୍ୟ ର ସମସ୍ତ ବ୍ଲକ ସଦର ମହକୁମା ରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ପ୍ରତିଯୋଗିତା ରେ ବ୍ଲକ ର 20 ଟି ଉଚ୍ଚ ବିଦ୍ୟାଳୟ ରୁ 131 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ରଘୁନାଥ ଉଚ୍ଚ ବିଦ୍ୟାଳୟ , ମୂର୍ଶୁଣ୍ଢି ର ଛାତ୍ର ରୁଦ୍ରନାରାୟଣ ମଲ୍ଲିକ ପ୍ରଥମ , ଅଚଣ୍ଡା ଉଚ୍ଚ ବିଦ୍ୟାଳୟ ର ଛାତ୍ର ଜୟକାଶ ମହାକୁର ଦ୍ଵିତୀୟ ଓ ବାପୁଜୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୁମତି ସାହୁ ତୃତୀୟ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବିତରଣି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ କିଶୋର ହୋତା ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ନଗଦ ଅର୍ଥ ରାଶି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଏନର୍ଜି କ୍ଲବ ର ସଂଯୋଜିକା ଜ୍ୟୋତିର୍ମୟୀ ମିଶ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ , କର୍ମଚାରୀ ସହଯୋଗ କରିଥିଲେ ।