ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଯୁବ ଜ୍ୟୋତି ଯୁବକ ସଙ୍ଘ ଆନୁକୂଲ୍ୟରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି I ସଙ୍ଘ ର ସଭାପତି ସୌମିତ୍ରୀ ଗର୍ଡିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବିଧାନ ଘରେ ଘରେ ରଖିବା ସହ ସମ୍ବିଧାନ ର ନିୟମ ପାଳନ କରିବାକୁ ଅlହ୍ୱାନ ଦେଇଥିଲେ I ଏଥିରେ ଶିକ୍ଷକ ରାଜକୁମାର ବାଦୀ ମୁଖ୍ୟବକ୍ତା ଭାବେ ଏବଂ ଭୀମ ଆର୍ମି ଜିଲ୍ଲା ସଭାପତି ପ୍ରଦୀପ ଜାଲ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ I ଅନ୍ୟତମ ଅତିଥି ଭାବେ ମହିମା ଧର୍ମ ପ୍ରଚାରକ ସାରଙ୍ଗ ଧର ବାଦୀ , ଅନୁସୂଚିତ ଜନ ଜାତି ବ୍ଲକ ପ୍ରଭାରୀ ପ୍ରମୋଦ ଭୋଇ , ସୁରେଶ କଳତା ପ୍ରମୁଖ ଉପସ୍ଥିତ ଥିଲେ l ୱାର୍ଡମେମ୍ବର ଖତୁରାମ ଜଗଦଳା ମଧ୍ୟ ଯୋଗ ଦେଇଥିଲେ I ସଭାପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ I ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇ ଥିଲା ଏବଂ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ ମଧ୍ୟ କରାଯାଇ ଥିଲା l ଶେଷରେ ଶିକ୍ଷକ ହରିହର ଭୋଇ ଧନ୍ୟବାଦ ଅର୍ପଣ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଯୁବ ଜ୍ୟୋତି ଯୁବକ ସଙ୍ଘର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ l
ମୂର୍ଶୁଣ୍ଢି ଯୁବ ଜ୍ୟୋତି ଯୁବକ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ
