ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ଠାରେ ସ୍ବେଛାସେବୀ ସଂଗଠନ ରେଆର ତରଫରୁ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ସହାୟତା ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆଜି ଭିନ୍ନକ୍ଷମ ମାନଙ୍କ ନେତୃତ୍ୱ ବିକାଶ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ I ଭିନ୍ନକ୍ଷମ ମାନଙ୍କ ବିକାଶ ପାଇଁ ସମସ୍ତ ଙ୍କ ଅବଦାନ ଆବଶ୍ୟକ ଉପରେ ଗୁରୁତ୍ଵାରୋପ କରିଥିଲେ I ଆଲୋଚନାଚକ୍ର ର ଆଭିମୁଖ୍ୟ ଉପସ୍ଥାପନା କରିବାସହ ଆମର ସାମାଜିକ ଉତ୍ତରଦାୟିତ୍ୱ ସମ୍ପର୍କ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା ଆଲୋଚନା କରିଥିଲେ l ଅନ୍ୟତମ ଅତିଥିଭାବେ ରେଆର ଉପସଭାପତି ପଦ୍ମିନୀ ବକ୍ସି , ସଦସ୍ୟ ଅମ୍ବୁଜ ବିହାରୀ ଶତପଥି , ହରିପ୍ରିୟା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବା ବେଳେ କୁଲୁ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ଜିଲ୍ଲା ର ସର୍ବଶିକ୍ଷା ଅଭିଯାନ ର ଆଇ ଡି ସଂଯୋଜକ, ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ l