ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଛାତ୍ର ମାନଙ୍କ ଦ୍ଵାରା ନିକଟସ୍ଥ ଦୁର୍ଗା ମନ୍ଦିର ରୁ ମଶାଲ କୁ ଶୋଭାଯାତ୍ରା ରେ ଅଣାଯିବା ପରେ ମଙ୍ଗଳବାର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ଦ୍ଵାରା ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା ।ଏଥିରେ 100 ମି. , 200 ମି., 400 ମି., 800 ମି .ଓ 1500 ମିଟର ଦୌଡ଼ ସହ ଲମ୍ବ ଡିଆଁ , ଉଚ୍ଚ ଡିଆଁ , ଗୋଳା ଫିଙ୍ଗା , ଥାଳିଆ ଫିଙ୍ଗା , ମ୍ୟୁଜିକ ଚେୟାର , କୌତୁକ ବେଶ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖେଳ ଗୁଡ଼ିକୁ ଖେଳ ଶିକ୍ଷକ ବିପ୍ର ଚରଣ ପେରା ଓ କଲିମ୍ ମହମ୍ମଦ ପରିଚାଳନା କରିଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟ ରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା , କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ମିଶ୍ର , ବିଦ୍ୟାଳୟ ର ପୂର୍ବତନ ଖେଳ ଶିକ୍ଷକ କୈଳାଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ I ମୁଖ୍ୟବକ୍ତା ଭାବେ କ୍ରୀଡାବିତ୍ ତଥା ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ସଭାପତି ଭୂଷଣ କୁମାର ପାତ୍ର ଯୋଗଦେଇଥିଲେ । ଅତିଥିମାନେ ସୁସ୍ଥ ମନ ପାଇଁ ସୁସ୍ଥ ଶରୀର ର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କୃତିତ୍ୱ ପ୍ରଦର୍ଶନ କରିଥିବା ଛାତ୍ର ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।ସମୁଦାୟ 120 ଜଣ ଛାତ୍ର ଅଂଶଗ୍ରହଣ କରିଥିବା ବେଳେ ନବମ ଶ୍ରେଣୀ ଛାତ୍ର ଶ୍ରୀତମ ଶାଣ୍ଡ ଚାମ୍ପିଅନ ଭାବେ ପୁରସ୍କୃତ ହୋଇଥିଲେ । ପୁରସ୍କାର ବିତରଣୀ ରେ ଜ୍ୟୋତିର୍ମୟୀ ବେହେରା ଓ ଜ୍ୟୋତିର୍ମୟୀ ମିଶ୍ର ସହଯୋଗ କରିଥିବା ବେଳେ ଶିକ୍ଷକ ବୈକୁଣ୍ଠ ନାୟକ ମଞ୍ଚପରିଚାଳନା କରିଥିଲେ । ସ୍କୁଲ ର ସମସ୍ତ ଶିକ୍ଷକ , କର୍ମଚାରୀ ଓ ଛାତ୍ର ମାନେ ସହଯୋଗ କରିଥିଲେ ।