ସୁବଳୟା କଲେଜରେ ରାଧାନାଥ ସାହିତ୍ୟ ସମ୍ପର୍କରେ ଆଲୋଚନା ଚକ୍ର


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଯୁକ୍ତଦୁଇ କଲେଜରେ ରାଧାନାଥ ସାହିତ୍ୟ ସମ୍ପର୍କରେ ଏକ ଆଲୋଚନା ଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ଭୋଳାନାଥ କର୍ମୀ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ସଭା ରେ ଜିଲ୍ଲା ବିଜୁ ପଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଯୋଗଦେଇ ରାଧାନାଥ ରାୟ ଙ୍କ ଚନ୍ଦ୍ରଭାଗା , ଚିଲିକା , ପାର୍ବତୀ କେଦାରଗୌରୀ ଆଦି କାବ୍ୟ ସମ୍ପର୍କ ରେ ଆଲୋଚନା କରି ତାଙ୍କୁ କବିବର ଉପାଧି ର ଯୋଗ୍ୟତମ ବ୍ୟକ୍ତି ତଥା ଓଡ଼ିଆ କାବ୍ୟ ର ଯୁଗସ୍ରଷ୍ଟା ବୋଲି ଅବିହିତ କରିଥିଲେ । ରମାକାନ୍ତ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ଦେବାଶିଷ ପଧାନ ଅତିଥି ପରିଚୟ ଓ ସ୍ୱlଗତ ଭାଷଣ ଦେଇଥିଲା । ଶେଷରେ ପ୍ରଜ୍ଞା କଳ୍ପିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ଚକ୍ର ରେ ସମସ୍ତ ଛାତ୍ର ଛାତ୍ରୀ ସମେତ ସଞ୍ଜୟ କୁମାର ମେଣ୍ଡିଲି ଅର୍ପିତା ନାଏକ , ମିତା ପଧାନ , ଗୋପାଳ ଭୋଇ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଦିଲୀପ କୁମାର ମେହେର , ଶମ୍ଭୁ ସାହୁ ଓ ହର ସାହୁ ସହଯୋଗ କରିଥିଲେ।