Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

OUATର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ୫ ଦିନିଆ ଓଡ଼ିଶା ଗସ୍ତାରେ ଅଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୗପଦୀ ମୁର୍ମୁ । ଆଜି ତାଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କର ଅନେକ କାର୍ଯ୍ୟକ୍ରମ ରହିଛି । OUATର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ ।

ଏଥିସହ ନୂତନ ଜୁଡିସିଆଲ୍ କୋର୍ଟ କଂପ୍ଲେକ୍ସର ଉଦଘାଟନୀ ଉତ୍ସବରେ ମଧ୍ୟ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ପରେ ରାଜଭବନ ଫେରି ଡିନର କରିବା ସହ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି ।

ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହ ନେଭି ଡେ ସେଲିବ୍ରେସନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓୟୁଏଟି କାର୍ଯ୍ୟକ୍ରମ ପରେ ରାଜଭବନ ଆସି ମଧ୍ୟାହ୍ନ ଭୋଜନ କରିବେ । ପରେ ଅପରାହ୍ଣରେ ଭୁବନେଶ୍ୱରରେ ଜୁଡିସିଆଲ୍ କୋର୍ଟ କଂପ୍ଲେକ୍ସ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।