Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାରାଷ୍ଟ୍ର ରାଜନୀତି: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପତ । ମୁମ୍ବାଇର ଆଜାଦ ମୈଦାନରେ ସନ୍ଧ୍ୟାରେ ହେବ ଶପଥ ଗ୍ରହଣ ସମାରୋହ । ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜୟ ରୂପାନୀ ।

ଚର୍ଚ୍ଚା ହେଉଛି, ଶିବ ସେନା ନେତା ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇପାରନ୍ତି । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଫଡନାବିସ ।

ମୁମ୍ବାଇରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ବିଜୟ ରୂପାନୀଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ସେଠାରେ ସର୍ବସମ୍ମତରେ ଫଡନାବିସ ନେତା ନିର୍ବାଚିତ ହୋଇଛନ୍ତି । ଏଥିସହ ୧୨ ଦିନ ଧରି ଚାଲିଥିବା ସିଏମ୍ ସସପେନ୍ସ ଉପରୁ ପରଦା ହଟିଛି । ଆଉ ଏପଟେ ଗତକାଲି ଅପରାହ୍ନରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଥିଲେ ମହାୟୁତି ମେଣ୍ଟ ନେତା । ଦେବେନ୍ଦ୍ର ଫଡନାବିସ, ଏକନାଥ ସିନ୍ଦେ, ଅଜିତ ପାୱାର ପ୍ରମୁଖ ରାଜ୍ୟପାଳଙ୍କୁ ମିଳିତ ଭାବେ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି ।