Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାବାଙ୍କ ଯୌନ ଭୋକ: ମଠ ଭିତରେ ଯୁବତୀଙ୍କୁ କଲେ ଦୁଷ୍କର୍ମ !

ରେଢ଼ାଖୋଲ: ମଠକୁ ଯାଇଥିବା ଯୁବତୀଙ୍କୁ ଔଷଧ ଖୁଆଇ ଅଚେତ କରିବା ପରେ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ । ରେଢ଼ାଖୋଲ ଲୁହାପଙ୍କ ପଞ୍ଚାୟତ ବୈଷ୍ଣବଝୁଲି ଗାଁ ମଠରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ୫୩ ବର୍ଷୀୟ ବାବା ପ୍ରଫୁଲ୍ଲ ମହଲାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନାଯୋଗ୍ୟ, ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ ଫୋନରେ କଥା ହୋଇ ଔଷଧ ପାଇଁ ବାବାଙ୍କ ପାଖକୁ ଆସିଥିଲେ । ଯୁବତୀଙ୍କୁ ଏକାକୀ ଦେଖି ରଙ୍ଗିଲା ବାବା କୌଣସି ଏକ ଔଷଧ ଖାଇବାକୁ ଦେଇଥିଲେ । ଔଷଧ ଖାଇବା ପରେ ଯୁବତୀ ଜଣକ ଅଚେତ ହୋଇ ପଡିବାରୁ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ଯୁବତୀଙ୍କୁ ବୁଝାଶୁଝା କରି ଅଟୋରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ରଙ୍ଗିଲା ବାବା ।

ମେଡିକାଲ ପହଞ୍ଚିବା ପୂର୍ବରୁ ଅଚେତ ହୋଇ ପଡିବାରୁ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଜାଣି ପୋଲିସକୁ ଖବର ଦେଇଥିଲେ । ଯୁବତୀଙ୍କୁ ପଚରାଉଚରା ପରେ ବାବାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।