ବୀରମହାରାଜପୁର ରେ ଡ. ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଡ. ବି. ଆର. ଆମ୍ବେଦକର ସେବା ସଂଘ ପକ୍ଷରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ 68 ତମ ମହାପରିନିର୍ବାଣ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି l ସେବା ସଂଘର ସଭାପତି ଅନାଦି ଜଗଦଳl ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ସୋନପୁର ଏସ୍ ଟି ସେଲ ର ଜିଲ୍ଲା କୋଡି ନେଟର ରାଜ କିଶୋର ନାଏକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ବୀରମହାରାଜପୁର ର ଅଭିମନ୍ୟୁ ଲୁହା , ଅବସର ପ୍ରାପ୍ତ ଶିକ୍ଷକ ରାଘବ ବିଶାଳ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବାବା ସାହେବଙ୍କ ଜୀବନୀ ଉପରେ ମତବ୍ୟକ୍ତ କରି ଥିଲେ l ବରିଷ୍ଠ ସଦସ୍ୟ ସ୍ଵପ୍ନେଶ୍ଵର ଦୀପ ମଞ୍ଚ ପରିଚାଳନା କରିଥିଲେ ଏବଂ ସମ୍ପାଦକ ଲଲିତ ମୋହନ ଲୁହା ବିବରଣୀ ପାଠ କରିଥିଲେ l କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା l ସେହିପରି ବ୍ଲକ ଅନ୍ତର୍ଗତ ସୁବଳୟା ଆମ୍ବେଦକର ସେବାସଂଘ ପକ୍ଷରୁ କମିରା ଛକ ନିକଟରେ ଭାରତରତ୍ନ ବାବା ସାହେବଙ୍କ ମହାପରିନିର୍ବାଣ ଦିବସ ଗତକାଲି ପାଳିତ ହୋଇଯାଇଛି l ସେବାସଂଘ ର ସଭାପତି ଗଦାଧର ବାଦୀ ଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗଦେଇଥିଲେ I ଅଧ୍ୟାପକ ଗୁପ୍ତେଶ୍ଵର ଲୁହା ମୁଖ୍ୟ ବକ୍ତାଭାବେ ଯୋଗଦେଇ ବାବା ସାହେବଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଅନ୍ୟତମ ଅତିଥିଭାବେ ଉପାଧ୍ୟକ୍ଷ ନାରାୟଣ ଲୁହା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ସହକାରୀ ପ୍ରବନ୍ଧକ ଲିଙ୍ଗରାଜ ଲୁହା , ଜିଲ୍ଲା ସଭାପତି ପ୍ରଦୀପ ଜାଲ , ହିଲୁଙ୍ଗ ସରପଞ୍ଚ ମହେନ୍ଦ୍ର ଜଗଦଲl ପ୍ରମୁଖ ଉପସ୍ଥିତ ଥିଲେ I