Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେସଲର୍‌ଙ୍କ ସହ ଧାରଣାରେ ଯୋଗ ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣାର ଆଜି ନବମ ଦିନ। କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ରେସଲର୍‌। ଆଜି ଏହି ଧାରଣାରେ ଯୋଗ ଦେଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ।

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ବିରୋଧରେ ଗତ ୯ ଦିନ ଧରି ଚାଲିଥିବା ଏହି ଧାରଣାରେ ଯୋଗ ଦେଇଥିବା ନେଇ ସୋସିଆଲ ମିଡିଆରେ ଫଟୋ ସେୟାର୍‌ କରିଛନ୍ତି ସିଦ୍ଧୁ। ଫଟୋ ସେୟାର୍‌ କରି ସେ ଲେଖିଛନ୍ତି ‌ଯେ ପ୍ରତ୍ୟେକ ମହିଳାଙ୍କ ସମ୍ମାନ, ଅଖଣ୍ଡତା ଏବଂ ମହତ୍ତ୍ବ ପାଇଁ ଏହି ସଂଗ୍ରାମ ହେଉଛି। ବ୍ରିଜ ଭୂଷଣ ବିରୋଧରେ ତଦନ୍ତ ପାଇଁ ସେ ଅନୁରୋଧ ମଧ୍ୟ କରିଛନ୍ତି।

ଏହାସହିତ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫ୍ଆଇଆର୍ କାହିଁକି ବିଳମ୍ବ ହେଲା ବୋଲି ପ୍ରଶ୍ନ କରି ସିଦ୍ଧୁ କହିଛନ୍ତି, “କେଉଁଟି ଠିକ୍ ଏବଂ କରିବା ଉଚିତ୍ ନୁହେଁ, ତାହା ଜାଣିବା ଅତ୍ୟନ୍ତ କଷ୍ଟକର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ