Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହଲପଦର ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରପଞ୍ଚ ନିରୁପମା ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରକୁ ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା , ଏବିଡ଼ିଓ ପୁରୁଷୋତ୍ତମ ଧରୁଆ , ସହକାରୀ ଯନ୍ତ୍ରୀ ସନ୍ତୋଷ ପାଳ , ପିଇଓ ସୋମ୍ୟରଞ୍ଜନ ପଣ୍ଡା , ହରିହର ଯୋର ଫାଣ୍ଡି ଅଧିକାରୀ ବିଭୂଭୂଷଣ ବରାଳ , ଏପିଓ ସମ୍ବିତ ମହାକୁର , ସମିତିସଭ୍ୟା ସୁଗନ୍ଧା ଘିବିଲାଙ୍କ ସମେତ କୃଷି ବିଭାଗ , ଉଦ୍ୟାନ ବିଭାଗ , ଶିକ୍ଷାବିଭାଗ , ଯୋଗାଣ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l ଶିବିରରେ ସମୁଦାୟ ୧୧୦ ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ ୩ ଟି ଗ୍ରାମ୍ୟ ଗୋଷ୍ଠୀଗତ ଅଭିଯୋଗ ଥିଲା l ଶିବିରରେ ଗ୍ରାମ ରୋଜଗାର ସେବକ ପପୁନ ପଧାନ , ସୀତାରାମ ରାଜହଂସ , ଗୋପାଳ ସେଠୀ, କାଳିଆ ଘିବିଲା , ସଦାନନ୍ଦ ସେଠୀ , ହୋମଗାର୍ଡ ଦୀନବନ୍ଧୁ ସାହୁ , କୁଶ ଖେତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ