ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସା ଛକ ନିକଟରେ ରବିବାର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ବାଇକ ରେ ଗଞ୍ଜେଇ ଧରି ଯାଉଥିବା ଦେଖି ବୀରମହାରାଜପୁର ପୋଲିସ ସନ୍ଦେହ କରି ତଲାସି କରିଥିଲା I ଯାଞ୍ଚ ପରେ ତା ପାଖରୁ 6 କେ ଜି 220 ଗ୍ରାମ ଗଞ୍ଜେଇ ବାହାରି ଥିବାବେଳେ ତାକୁ ପଚରା ଉଚରା ପରେ ଗଞ୍ଜେଇ ସମ୍ପର୍କିତ କୌଣସି କାଗଜପତ୍ର ଦେଖେଇ ପରି ନ ଥିଲା I ଉକ୍ତ ଯୁବକ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଜମଘାଟ ଗ୍ରାମ ଜିତୁ ସାହୁ (18 ବର୍ଷ) ବୋଲି ଜଣାଯାଇଛି l ପୁଲିସ ଉକ୍ତ ଯୁବକ ସହିତ ବ୍ୟବହୃତ ବାଇକ ( ନଂ.ଓ ଡି. 31 – 2554) ଓ ମୋବାଇଲ କୁ ମଧ୍ୟ ଜବତ କରିଛି l ସୋମବାର ଯୁବକ କୁ କୋର୍ଟ ଚାଲାଣ କରିଛି I ଘଟଣା ସମ୍ପର୍କରେ ପୁଲିସ ବୀରମହାରାଜପୁର ଥାନାରେ ଏକ କେଶ (ନଂ 355/24) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି l
ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ଯୁବକ କୁ କୋର୍ଟ ଚାଲାଣ କରିଛି ପୁଲିସ
