କୋର୍ଟରେ ଅଭିଯୁକ୍ତଙ୍କୁ ଛାଡ଼ି ଫେରିବା ବେଳେ ଓଲଟିଲା ଅବକାରୀ ବିଭାଗ ଗାଡ଼ି, ଦୁଇ ଗୁରୁତର


ବାଲେଶ୍ବର: କୋର୍ଟରେ ଅଭିଯୁକ୍ତକୁ ଛାଡ଼ି ଅଫିସ ଫେରିବା ବେଳେ ଓଲଟିଲା ଅବକାରୀ ବିଭାଗ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୩ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ପିତାପାଣିଆ ଛକରେ ଘଟିଚି ଦୁର୍ଘଟଣା । ଆହତମାନଙ୍କ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ସୋର କୋର୍ଟରୁ ଅଭିଯୁକ୍ତଙ୍କୁ ଛାଡି ବୋଲେରୋ ଯୋଗେ ଏଏସଆଇ ଓ କନଷ୍ଟେବଲ ଖଇରା ଅବକାରୀ ଅଫିସକୁ ଫେରୁଥିଲେ । ଏହି ସମୟରେ ପିତାପାଣିଆ ଛକଠାରେ ଗାଡ଼ି ଭାରସାମ୍ୟ ହରାଇ ନୟନଯୋରୀ ଓଲଟି ପଡ଼ିଥିଲା । ସ୍ଥାନୟ ଲୋକେ ପହଞ୍ଚି ଡ୍ରାଇଭର, ଅବକାରୀ ଏଏସଆଇ ଓ କନଷ୍ଟେବଲଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ଏଏସଆଇ ଓ କନଷ୍ଟେବଲଙ୍କ ଅବସ୍ଥା ଗୁରୁତର ରହିଛି ।