Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୋମାମାଡ଼ କରି RBI ମୁଖ୍ୟ କାର୍ଯ୍ୟାଳୟ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ: ‍ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା‌‌ଙ୍କ ଅଫିସିଆଲ ଇମେଲ ଆଇଡିକୁ ଏହି ଧମକ ଆସିଛି । ଗତକାଲି ଆସିଥିବା ଏହି ଇମେଲଟି ରୁଷୀୟ ଭାଷାରେ ଲେଖାଯାଇଛି । 

ଏନେଇ ଅଭିଯୋଗ ପାଇବା ପରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଇମେଲ ପଠାଇବା ପାଇଁ ଭିପିଏନ୍‌ର ବ୍ୟବହାର କରାଯାଇଛି ନା ନାହିଁ, ସେ ନେଇ ଖୋଳତାଡ଼ କରୁଛି ପୋଲିସ । ସେହିପରି ଇମେଲ ପଠାଇଥିବା ବ୍ୟକ୍ତିଙ୍କ ଆଇପି ଆଡ୍ରେସ ଖୋଜୁଛି ପୋଲିସ ।

ସଞ୍ଜୟ ମଲହୋତ୍ରା ଆରବିଆଇର ୨୬ତମ ଗଭର୍ଣ୍ଣର ଭାବେ ଡିସେମ୍ବର ୧୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବା ପରଦିନ ଏହି ଧମକପୂର୍ଣ୍ଣ ଇମେଲ ଆସିଛି । ଶକ୍ତିକାନ୍ତ ଦାସ ଅବସର ନେବା ପରେ ସଞ୍ଜୟ ମଲହୋତ୍ରା ନୂଆ ଆରବିଆଇ ଗଭର୍ଣ୍ଣର ଭାବେ ଅବସ୍ଥାପିତ ହୋଇଛନ୍ତି ।   ଚଳିତମାସ ପ୍ରାରମ୍ଭରେ ମୁମ୍ବାଇ ସ୍ଥିତ ଆରବିଆଇ ଗ୍ରାହକ ସେବା କେନ୍ଦ୍ରକୁ ଜଣେ ବ୍ୟକ୍ତି ଫୋନ୍ କରି ବିସ୍ଫୋରଣ ହେବା ନେଇ କହିଥିଲା । ସେ ନିଜକୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ସିଇଓ ବୋଲି ପରିଚୟ ଦେଇଥିଲା । ପରେ ପୋଲିସ ଘଟଣାର ତଦନ୍ତ କରିଥିଲା ଓ କେହି ମିଛରେ ଧମକ ଦେଇଥିବା ଜଣାପଡ଼ିଥିଲା ।