Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୀତାପୁର ଗାଁ ମୁଣ୍ଡ ଆମ୍ବ ଗଛ ରେ ବେକରେ ଦୌଡ଼ି ଦେଇ ଯୁବକଙ୍କ ଆତ୍ମହତ୍ଯା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ଗ୍ରାମ ସୀତାପୁର ନିକଟସ୍ଥ ଏକ ଆମ୍ବ ଗଛ ରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମର ଶ୍ରୀକୃଷ୍ଣ ଅମାତ ଙ୍କ ଏକମାତ୍ର ପୁତ୍ର ସତ୍ୟବ୍ରତ ଅମାତ ଓରଫ ଭରତ (୨୧)ବୋଲି ଜଣା ପଡିଛି। ସୂଚନା ଅନୁସାରେ ଯୁବକ ଜଣକ ଗତ ବୁଧୁବାର ରାତିରେ ସିତାପୁର ନିକଟ ରେ ଥିବା ତାଙ୍କ ଜମି ପାଖରେ ଥିବା ଏକ ଆମ୍ବ ଗଛ ରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ। ଯୁବକ ଜଣଙ୍କ ମୃତ ଦେହ ଆମ୍ବ ଗଛରେ ଝୁଲୁ ଥିବା ଦେଖି କେହି ଜଣେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ । ଖବର ପାଇ ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ତାଙ୍କ ପରିବାର କୁ ହସ୍ତାନ୍ତର ପରେ ଗ୍ରାମ୍ୟ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏନେଇ ସୁବଳୟା ଥାନା ରେ ଏକ ଅପମୃତ୍ୟୁ ମାମଲା ( କେସ ନଂ ୮/୨୪) ରୁଜୁ ହୋଇ ଅଧିକ ତଦନ୍ତ ହେଉଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି। ମୃତକ ଙ୍କ ବାପା ଶ୍ରୀକୃଷ୍ଣ ଜଣେ ଭିନ୍ନକ୍ଷମ ଅଟନ୍ତି। ସେ ମାଗି ଜାଚି ପରିବାର ଚଳାଉଥିବା ବେଳେ ମୃତକ ମଧ୍ୟ କୁଲି ମଜୁରୀ କରୁଥିଲେ। ଆତ୍ମହତ୍ୟାର କାରଣ ଏଯାଏ ଜଣା ପଡି ନାହିଁ।