ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କେନ୍ଦୁପାଲି ଗ୍ରାମରେ ମାଣବସା ଗୁରୁବାର ଅବସରରେ ଗୀତିନାଟ୍ୟ ଲକ୍ଷ୍ମୀପୂରାଣ ଅଭିନିତ ହୋଇଥିଲା I ରାଣୀପୁର ର ଶ୍ରୀ ଲକ୍ଷ୍ମୀନାରାୟଣ ନାଟ୍ୟ ସଂସଦ ପକ୍ଷରୁ ଏହି ନାଟକ ପରିବେଷଣ କରାଯାଇଥିବା ବେଳେ ନାଟକ ପ୍ରାରମ୍ଭରେ ନୃତ୍ୟନାଟିକା ବେଣୀ ବନ୍ଧନ ଅଭିନୀତ ହୋଇଥିଲା I ଏଥିରେ ଏକ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l ଶତାୟୁ କଳାକାର ବାଗବର ଗ୍ରାମର ବ୍ରଜ କିଶୋର ପଣ୍ଡା , ନାଟ୍ୟ ନିର୍ଦ୍ଦଶେକ ଭରତ ମହାକୁର, ତବଲା ବାଦକ ତଥା ଅବସରପ୍ରାପ୍ତ ଶିକ୍ଷକ ଦଶରଥ ମଲ୍ଲିକ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ପୌରାଣିକ ନାଟକ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଏକତ୍ରିତ ହୋଇଥିଲେ I
କେନ୍ଦୁପାଲି ରେ ମହାଲକ୍ଷ୍ମୀ ପୂରାଣ ଗୀତିନାଟ୍ୟ ପରିବେଷଣ
