Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପାଲି ହାଇସ୍କୁଲ ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କେନ୍ଦୁପାଲି ହାଇସ୍କୁଲ ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ହାଇ ସ୍କୁଲ ର ଶକ୍ତି କ୍ଲବ ପକ୍ଷରୁ ଶିକ୍ଷକ ଦିବ୍ୟ ରଞ୍ଜନ ସାହୁ ଙ୍କ ତତ୍ତ୍ଵାବଧାନରେ ଶକ୍ତି ସଂରକ୍ଷଣ ବିଷୟ ଉପରେ ହୋଇଥିବା ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଶିକ୍ଷକ ଦେବାଶିଷ ମିଶ୍ର , ଅମରେଶ ତ୍ରିପାଠୀ , ଶିକ୍ଷୟତ୍ରୀ ବେବି ଶିବାନୀ ସାହା ଚିତ୍ରାଙ୍କନ ପ୍ରତିଯୋଗିତା ର ମୂଲ୍ୟାଙ୍କନ କରିଥିଲେ I ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ମିଶ୍ର ସମସ୍ତ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ I ପ୍ରତିଯୋଗିତା ରେ କାହ୍ନl ମେହେର ପ୍ରଥମ, ବିଦୁସ ମେହେର ଦ୍ଵିତୀୟ ଏବଂ ରୋହନ ମେହେର ତୃତୀୟ ସ୍ଥାନ ହାସଲ କରିଥିଲେ l ସମସ୍ତ କୃତି ପ୍ରତି ଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ