Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲେଇ ହାଇସ୍କୁଲ ରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ଶ୍ରୀ ଜଗନ୍ନାଥ ଏକାଡେମୀ ଠାରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । “ଶକ୍ତି ଆମର ଅମୂଲ୍ୟ ସମ୍ପଦ, ଏହାର ସଂରକ୍ଷଣ ସମସ୍ତଙ୍କ ଦାୟିତ୍ୱ” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏ ବିଷୟ ରେ ବିଭିନ୍ନ ପ୍ରତଯୋଗୀତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଶକ୍ତି ସଂରକ୍ଷଣ ସଚେତନତା ଉପରେ ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗାଁ ପରିକ୍ରମା କରିଥିଲେ । ଏ ନେଇ ଅନୁଷ୍ଠିତ ସଭାରେ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ସଭାପତିତ୍ୱ କରିଥିଲେ । ପ୍ରଫୁଲ୍ଲ ସାହୁ ମଞ୍ଚ ଅପରିଚାଳନା କରିଥିବା ବେଳେ ହୃଷିକେଶ ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଶେଷରେ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ