କଳାପଥର କଲେଜ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଶନିବାର ଉଦଯାପିତ ହୋଇଯାଇଛି । ନିକଟସ୍ଥ ପଣ୍ଡିଆପାଲିର ଶହିଦ୍ ବିଭିଷଣ ସାହୁ ଖେଳ ପଡିଆରେ ଦୁଇ ଦିନ ଧରି ଉକ୍ତ କ୍ରୀଡା ମହୋତ୍ସବ ଆୟୋଜିତ ହେଇଥିଲା । ଏହି ଅବସରରେ ମାଁ ରାମଚଣ୍ଡି ଙ୍କ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଖେଳପଡିଆକୁ ନିଆଯାଇଥିଲା । ଅଧ୍ୟାପକ କିଶୋର କୁମାର ସାହୁ ଉକ୍ତ ଉତ୍ସବ ଉଦଘାଟିତ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାପଥରର ସରପଞ୍ଚ ସୁର୍ଯ୍ୟକାନ୍ତି ମେହେର ଯୋଗ ଦେଇଥିଲେ I ଅନୁଷ୍ଠାନର ପୁର୍ବତନ ସଂପାଦକ ଦାଶରଥି ପଧାନ , ଗିରିଧାରୀ ମହାକୁର,ସମିତିସଭ୍ୟ ରବି ଚନ୍ଦ୍ର ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର ଉନ୍ନତି କାମନା କରି ଭବିଷ୍ୟତରେ ଏକ ଖେଳପଡିଆ ଯୋଗାଇଦେବାର ପ୍ରତିଶୃତି ଦେଇଥିଲେ । କଲେଜ ଅଧ୍ୟକ୍ଷ ଶ୍ରିକାନ୍ତ ପଧାନଙ୍କ ସଭାପତିତ୍ବ କରି ଶୃଙ୍ଖଳାଗତ କ୍ରୀଡା ସଦ୍ ଭାବନା ଓ ଏକତା ସୃଷ୍ଟି କରିବାର ଉତ୍କୃଷ୍ଟ ମାଧ୍ୟମ ବୋଲି କହିବା ସହ ଶିକ୍ଷାନୁଷ୍ଠାନର ପ୍ରଥମ ସ୍ତମ୍ଭ ଛାତ୍ରଛାତ୍ରୀ ମାନେ ଚାହିଁଲେ ଓ କଠିନ ପରିଶ୍ରମ ବଳରେ ନିଶ୍ଚିତ ଜଣେ ଶ୍ରେଷ୍ଠ ଖେଲାଳି ହେଇପାରିବେ ବୋଲି କହିଥିଲେ । ଖେଳଶିକ୍ଷକ ଶିବବ୍ରତ କର୍ଣ୍ଣ ଓ ସୁକାନ୍ତ ମହାକୁର ଙ୍କ ତତ୍ତ୍ୱାବଧାନରେ ୧୯ ଟି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା । ଛାତ୍ରୀ ବିଭାଗରେ ସଙ୍ଗିତା ବଗର୍ତ୍ତୀ ଓ ଛାତ୍ର ବିଭାଗରେ ପ୍ରିତମ୍ ମେହେର ଏବଂ ସାହିଲ୍ ସେଠୀ ଯୁଗ୍ମ ଭାବରେ ଚମ୍ପିଆନ୍ ହେଇଥିଲେ । ଅଧ୍ୟାପିକା ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦେବଜାନୀ ମେସୁଆ , ସଞ୍ଜୟ କର୍ଣ୍ଣ , ଶାନ୍ତନୁ ପଧାନ , ବସୁଦେବ ରଣା , ବିପିନ କଲତା , ବିଷ୍ଣ ଚରଣ ବେହେରା , ଶଶାଙ୍କ ସୁଆର , ବିଷ୍ଣପ୍ରିୟା ମିଶ୍ର , ବ୍ରଜକିଶୋର ମହାକୁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।