ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ୨୦ ତମ ପାତାଳୀ ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି । ବିଶେଷ କରି ମହୋତ୍ସବ ଉପରେ ଆଲୋଚନା କରାଯାଇଥିଲା । ଜାନୁଆରୀ ୨୯ ତାରିଖରେ କଳଶ ଶୋଭାଯାତ୍ରା , ଜାନୁଆରୀ ୩୦ ତାରିଖରୁ ମହୋତ୍ସବ ଆରମ୍ଭ ହୋଇ ୬ ତାରିଖରେ ପୂର୍ଣ୍ଣାହୂତି ହେବ ବୋଲି ସ୍ଥିର ହୋଇଛି । କାର୍ଯ୍ୟକ୍ରମ ରୂପରେଖ ଭାଗବତ ସପ୍ତାହ ପାରାୟଣ , ୫୬ପ୍ରହରୀ ନାମଯଜ୍ଞ , ଘୃତ ଯଜ୍ଞ , ପ୍ରବଚନ , ମହାପ୍ରଭୁଙ୍କ ୩୨ ବେଶ ପ୍ରଦର୍ଶନ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଥିବା ଆଲୋଚନା ହୋଇଥିଲା । ଏହା ସହ ନିମନ୍ତ୍ରଣ ପତ୍ର ଛପାଇ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରିବା , କ୍ଷେତ୍ରର ସ୍ଵଚ୍ଛତା ପ୍ରତି ବିଶେଷ ଧ୍ୟାନ , ଶୌଚାଳୟ ର ସଠିକ ବ୍ୟବହାର , ଉପର ଘାଟିରାସ୍ତା ପାଇଁ ଚେକ୍ ଗେଟ୍ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଟ୍ରଷ୍ଟର ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ଟ୍ରଷ୍ଟ ସଦସ୍ୟ ଜାନକୀରାମ ଦେହେରୀ , ମହାଦେବ ସାହୁ , ପୂର୍ଣ୍ଣଚନ୍ଦ୍ର ପାଢୀ , ବରିଷ୍ଠ ସେବାୟତ ଚିତ୍ତରଞ୍ଜନ ପାଢୀ , ମନୋରଞ୍ଜନ ପାଢୀ , ଶରଦ ଚାନ୍ଦ , ରବିନାରାୟଣ ପୂଜାହାରୀ , ପବିତ୍ର ନନ୍ଦ, ଗୋପାଳ ପଣ୍ଡା , ବିଜୟ ହୋତା , ଗୈନ୍ତିଆ ଚମରା ଅମାତ୍ ପ୍ରମୁଖ ଉପସ୍ଥିତ ଥିଲେ।
ପାତାଳୀ ଶ୍ରୀକ୍ଷେତ୍ର ରେ 20 ତମ ପାତାଳୀ ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
