Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ତ୍ତ ବିଭାଗ ଡାକବଙ୍ଗଳା ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବଜାର ମଧ୍ୟରେ ଥିବା ବହୁ ପୁରାତନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ବର୍ତମାନ ଭୂତକୋଠୀ ପାଲଟିଛି। ଏହି ଡାକବଙ୍ଗଳାରେ ଫିରିଙ୍ଗିଆ ଅଞ୍ଚଳକୁ ଆସୁଥିବା ଲୋକମାନଙ୍କ ରହିବା ସହ ବିଭାଗୀୟ ଅଧିକାରୀମାନେ ଆସି ରାତ୍ରି ଯାପନ କରିପାରୁଥିଲେ। ବର୍ତମାନ ପର୍ଯ୍ୟନ୍ତ ସେଭଳି ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ କୌଣସି ଅତିଥି ଭବନ କିମ୍ବା କୌଣସି ସୁବିଧା ନାହିଁ। କିଛିବର୍ଷ ହେବ ଏହି ବଙ୍ଗଳାଟି ବିଭାଗୀୟ ଅବହେଳା ପାଇଁ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ପଡ଼ିରହି ଭୂତକୋଠୀ ପାଲଟିଛି ବର୍ତମାନ ବଙ୍ଗଳାଟି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବା ବେଳେ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହେବାକୁ ବସିଲାଣି। କେବଳ ସେତିକି ନୁହେଁ, ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ବଙ୍ଗଳାଟି କାର୍ଯ୍ୟରେ ଲାଗି ପାରୁ ନଥିବାରୁ ସନ୍ଧ୍ୟାହେଲେ ଏହି ବଙ୍ଗଳା ପରିସର ଅସାମାଜିକ ଯୁବକମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଦେଖିବାକୁ ମିଳୁଛି। ସହରର କିଛି ମଦ୍ୟପ ଏହି ବଙ୍ଗଳା ପରିସରରେ ମଦ୍ୟପାନ କରୁଥିବାରୁ ବଙ୍ଗଳା ପରିସରରେ କୁଢ଼କୁଢ଼ ମଦ ବୋତଲ ଗଡ଼ୁଥିବା ଦେଖିବାକୁ ମିଳିଛି। ତେବେ ବଙ୍ଗଳାର ଉନ୍ନତି କରଣ କଲେ ଏହା କାମରେ ଲାଗି ପାରନ୍ତା ବୋଲି ସହରର ବୁଦ୍ଧିଜୀବୀଙ୍କ ସହ ଜନସାଧାରଣ ଦାବି କରିଥିବାବେଳେ ବଙ୍ଗଳାର ରକ୍ଷଣାବେକ୍ଷଣା ବିଷୟରେ ଦାୟିତ୍ୱରେ ଥିବା ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ କର୍ମଚାରୀ ଅଭାବରୁ ରକ୍ଷଣାବେକ୍ଷଣ ହୋଇପାରୁନାହିଁ, ଖୁବଶୀଘ୍ର ବଙ୍ଗଳାର ଉନ୍ନତିକରଣ କରାଯାଇ ବଙ୍ଗଳାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ