ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ କୁଷାଦାଦର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଦୁଇଦିନ ଧରି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସମୂହର ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କ୍ରୀଡ଼ା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୧୪ ତାରିଖ (ଶନିବାର) ସଂଧ୍ୟାରେ ପ୍ରତ୍ୟେକ ଶିକ୍ଷାକେନ୍ଦ୍ରର ଛାତ୍ର_ଛାତ୍ରୀ ଓ ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବରଗଡ଼ ଜିଲ୍ଲାର ଅରୋବିହାର- ର ଖେଳ ପ୍ରଶିକ୍ଷକ ପ୍ରଭାସ ରଂଜନ ହୋତା ଶାରୀରିକ ଶିକ୍ଷା ଉପରେ ଉଦବୋଧନ ଦେଇ କହିଥିଲେ ‘ଶାରୀରିକ ଶିକ୍ଷା ହିଁ ମନୁଷ୍ୟକୁ ସାମର୍ଥ୍ୟବାନ୍ କରାଏ’। ରବିବାର , ଡିସେମ୍ବର ୧୫ ତାରିଖ ଦିନ ଜିଲ୍ଲାର ୧୧ ଟି ଶିକ୍ଷାକେନ୍ଦ୍ରକୁ ନେଇ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୦ ଜଣ ଛାତ୍ର- ଛାତ୍ରୀ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଖେଳକୁ ପରିଚାଳନା କରିଥିଲେ ପ୍ରଭାସ ରଂଜନ ହୋତା , ବିଶ୍ୱଜିତ୍ ସାହୁ , ପ୍ରଶାନ୍ତ କୁମାର ପାତ୍ର , ଯୋଗେଶ ପଲିତା , ଜ୍ଞାନରଞ୍ଜନ ମେହେର ପ୍ରମୁଖ । ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗଦେଇ ପିଲାମାନଙ୍କୁ ‘ଶାରୀରିକ ଶିକ୍ଷା ବିନା ଜୀବନ ମୂଲ୍ୟହୀନ ହୋଇପଡ଼ିବ’ ବୋଲି କହିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ।
କୁଶାଦାଦର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷlକେନ୍ଦ୍ର ରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆୟୋଜିତ
