Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକୃତି ପ୍ରେମୀ ସତ୍ୟଜିତ ଗଡୁଆ ଙ୍କ ଦ୍ଵାରା ଆହତ ମୟୂର ପକ୍ଷୀ ଉଦ୍ଧାର

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ଆହତ ହୋଇଥିବା ମୟୁର ପକ୍ଷୀ ଉଦ୍ଧାର କରାଯାଇଛି l ପ୍ରକାଶ ଥାଉକି ଖଜୁରିଆପାଲି ଗ୍ରାମର ପାର୍ଶ୍ଵବର୍ତ୍ତୀ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲ ନିକଟରେ ଏକ ମୟୁର ପକ୍ଷୀ କୌଣସି କାରଣରୁ ଅସୁସ୍ଥ ହୋଇ ପଡି ରହିଥିଲା I ଖବର ପାଇ ସତ୍ୟଜିତ ସେହି ସ୍ଥାନକୁ ଯାଇ ମୟୁରଟିକୁ ଗ୍ଲୁକୋଜ ପାଣି ପିଆଇବା ସହ ତାହାର ଡେଣାରେ ଆଘାତ ଥିବା ସ୍ଥାନରେ ବଟାହଳଦୀ ପ୍ରଲେପ ଦେଇ ମୟୁରପର ଗୁଡିକ ପୁନଃ ସଜାଡି ଦେଇଥିଲେ କିଛି ସମୟ ରହିବା ପରେ ମୟୁରଟିକୁ ତାର ଉପଯୁକ୍ତ ବାସସ୍ଥଳୀରେ ଛାଡି ଦେଇଥିଲେ l ସତ୍ୟଜିତଙ୍କ “ଜୀବେ ଦୟା ପରମ ଧର୍ମ ” ମୂଳମନ୍ତ୍ର ଟିକୁ ଉପାଦେୟତା ମନେକରି ନିଜର କର୍ତ୍ତବ୍ୟ ଜାରିରଖିଛନ୍ତି l ବର୍ତ୍ତମାନ ଜଙ୍ଗଲ ରେ ନିଆଁ , ବନ୍ୟପ୍ରାଣୀଙ୍କ ସୁରକ୍ଷା , ପରିବେଶ ସୁରକ୍ଷା ଆଦି ଦିଗରେ ଯତ୍ନବାନ ସହ ପ୍ରକୃତିର ସଂରକ୍ଷଣ ଉପରେ ସମସ୍ତେ ଦାୟିତ୍ୱବାନ ରହିବା ପାଇଁ ସତ୍ୟଜିତ ସମସ୍ତଙ୍କୁ ନିବେଦନ କରିଛନ୍ତି l ପ୍ରକୃତିପ୍ରେମୀ ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଉଅଛି l