ଅସ୍ତରଙ୍ଗ ଥାନାର ନୂତନ କୋଠାକୁ ଆଭାଷି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ


ଅସ୍ତରଙ୍ଗ ଥାନାର ନୂତନ କୋଠାକୁ ଆଭାଷି ମଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦଘାଟିତ ।
ଅସ୍ତରଙ୍ଗ :-୧୬/୧୨:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନୂତନ କୋଠା ଉଦଘାଟିତ ହୋଇଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଅପରାହ୍ନ ୫ ଘଟିକା ସମୟରେ ଆଭାସୀ ମାଧ୍ୟ୍ୟମରେ ଉଦଘାଟନ କରିଛନ୍ତି। ଉଦଘାଟନ ସମୟରେ ଆଭାସୀ ମାଧ୍ୟ୍ୟମରେ ଓଡିଶା ଆରକ୍ଷୀ ମହାନିର୍ଦ୍ଧେଶକ ଯୋଗେଶ ବାହାଦୂର ଖୁରାନିଆ ଥିବା ବେଳେ, ଥାନା ପରିସରରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଅତିରିକ୍ତ ଏସ୍ପି ବିଷ୍ଣୁପ୍ରଶାଦ ପତି, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
୨୦୦୯ମସିହା ରେ ଅସ୍ତରଙ୍ଗ ଥାନା ର ମାନ୍ୟତା ପାଇବା ପରେ ରାଜ୍ୟ ସରକାର ଙ୍କ ତରଫରୁ ୨୦୨୧-୨୨ମସିହାରେ ଓପିଏଚଡ଼ବ୍ଲୁସି ପକ୍ଷରୁ ୨କୋଟି ୨୮ଲକ୍ଷ ୧୩ହଜାର ଟଙ୍କା ମଞ୍ଜୁର କରାଯାଇଥିଲା।୮ହଜାର ୬୩ବର୍ଗ କ୍ଷେତ୍ର ଫଳ ବିଶିଷ୍ଟ ୩ମହଲା ବିଶିଷ୍ଟ ଏହି ନୂତନ କୋଠା।
ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପଂଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜସେବୀ, ବିଭିନ୍ନ କ୍ଲବର ସଦସ୍ୟ, ଶିକ୍ଷାବିତି ସହ ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତିତ୍ୱ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ, ଉପସ୍ଥିତ ଥିଲେ। ସୋମବାର ମଧ୍ୟାହ୍ନ ରେ ପୁଲିସ ହାଉସିଂ ବୋର୍ଡ ଡିଜି, ସୋମ୍ୟନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଏସ୍ପି ବିନୀତ ଅଗ୍ରୱାଲ ନୂତନ କୋଠା ପରିଦର୍ଶନ କରିଥିବା ବେଳେ,ନିମାପଡା ଉପଖଣ୍ଡ ଅଧିକାରୀ ପ୍ରଭାତ ମଲ୍ଲିକ, ଅସ୍ତରଙ୍ଗ ଥାନାଅଧିକାରୀ ରାଜେଶ ବଳିୟାର ସିଂ, କାକଟପୁର ଥାନା ଅଧିକାରୀ ଉମେଶ କୁମାର ସାହୁ,ଚନ୍ଦ୍ରଭାଗା ଥାନା ଅଧିକାରିଣୀ ପ୍ରତିମା ସାହୁ, ରାମଚଣ୍ଡୀ ଥାନାଅଧିକାରୀ ସୁରେଶ ଚନ୍ଦ୍ର ପୃଷ୍ଟି,ଅସ୍ତରଙ୍ଗ ର ଅତିରିକ୍ତ ଥାନା ଅଧିକାରୀ ଦୀପକ ସାମନ୍ତସିଂହାର ସହ ସମାଜସେବୀ ସୁବ୍ରତ ଛାଟୋଇ,ଦିବାକର ଛାଟୋଇ,ପୂର୍ବତନ ପାଟଳଦା ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରା ପ୍ରଭୁତି ଉପସ୍ଥିତ ଥିବା ବେଳେ, ଥାନା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।