ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ଚଏସ୍ ଲକିଂ କାର୍ଯ୍ୟକ୍ରମ ; ଅଂଶଗ୍ରହଣ କରିବେ ରାଜ୍ୟ ଓ ରାଜ୍ୟ ବାହାରର ନଅ ଟି ଦଳ , ଡିସେମ୍ବର 22 ରୁ 29 ହେବ ମ୍ଯାଚ


ବିରମହlରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଆସନ୍ତା ୨୨ରୁ ଆରମ୍ଭ ହେବ ୨୮ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ୯ ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରୁଛନ୍ତି । ଏହାର ଫାଇନାଲ ଡିସେମ୍ବର ୨୯ରେ ହେବ। ଟୁର୍ଣ୍ଣାମେଣ୍ଟରେ ସମସ୍ତ ୯ଟି ଦଳ ପାଇଁ ଏହାର ଚଏସ ଲକିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଭାପତି ସୁଶିଲ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ , ଗ୍ରାମ୍ୟ ପରିଚାଳନା କମିଟିର ସଭାପତି କଳ୍ପତରୁ ମହାକୁର , ସ୍ଥାନୀୟ ଦିବ୍ୟ କିଶୋର ପାଠାଗାର ର ସଭାପତି ବୀରେନ ପ୍ରଧାନ , ବିଶିଷ୍ଟ ବ୍ୟବସାୟୀ ଗୋପାଳ ନେଗୀ , ସଞ୍ଜୟ ବଡପଣ୍ଡା , ସୁବାସ ପଣ୍ଡା , ମନୋଜ ମଲ୍ଲିକ , ପିକୁଲ ଚନ୍ଦ୍ର ପଣ୍ଡା , ରାମ ନାରାୟଣ ହୋତା , ଘନ ଚିରଗୁନ , ରଞ୍ଜୁ ଅମାତ , ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ନେଇ ନିଜ ନିଜର କ୍ରିଡ଼ାବାର୍ତ୍ତା ପ୍ରଦାନ କରିଥିଲେ । ସଭା ପରେ ଚଏସ ଲଙ୍ଗ ମାଧ୍ୟମରେ ଟିମ ଗୁଡ଼ିକୁ ଫ୍ରାଞ୍ଚାଇଜମାନେ ପାଇଥିଲେ । ଚଳିତବର୍ଷ ଭକ୍ତ ଟୁର୍ନାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାର ର ୯ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଓଡ଼ିଶା ରୁ ଏସଡିସିଏ ସୁବର୍ଣ୍ଣପୁର ଓ ସ୍ପାର୍ଟନ ଭୁବନେଶ୍ଵର ଦଳ ଅଂଶ ଗ୍ରହଣ କରୁଛନ୍ତି। ଏହା ସହିତ ଏନ୍ ଏନ୍ ଏସ ପ୍ରୟାଗରାଜ ( ୟୁପି) , ଗୁଲବର୍ଗା ସିଟି -୧୧ କର୍ଣ୍ଣାଟକ, ବିରାଟ କ୍ରିକେଟ କ୍ଳବ୍ କୋଲକତା ( ପଶ୍ଚିମବଙ୍ଗ) , ଏନସିଏ ବିଶାଖାପାଟନା ( ଆନ୍ଧ୍ରପ୍ରଦେଶ) , ପାନ୍ଥର କ୍ରିକେଟ କ୍ଲବ ହଜାରୀବାଗ( ଝାଡଖଣ୍ଡ) , ବାଘଲପୁର କ୍ରିକେଟ କ୍ଲବ ପାଟନା (ବିହାର) ଏବଂ କ୍ୟୁସିଆଇ ୱାରିଆର ଛତିଶଗଡ଼ ଦଳ ଅଂଶ ଗ୍ରହଣ କରୁଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଦଳ କୁ ଟ୍ରଫି ସହିତ ନଗଦ ୫୦ ହଜାର ଓ ରନର୍ସ ଅଫ ଦଳକୁ ଟ୍ରଫି ସହିତ ନଗଦ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହା ସହିତ ଅନ୍ୟାନ୍ୟ ପୁରସ୍କାର ରାଶି ମଧ୍ୟ ରହିଛି। ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟହ ବିଶିଷ୍ଟ ଜନପ୍ରତିନିଧି , ପ୍ରଶାସକ , ବ୍ୟବସାୟୀ , ସମାଜସେବୀ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଚଏସ ଲକିଂ କାର୍ଯ୍ୟକ୍ରମ ରେ ଆୟୋଜକ ସମ୍ପାଦକ ମାଧବ ମହାକୁର , ଉପସଭାପତି ଟୁଟୁ ମହାକୁର,ସହ ସମ୍ପାଦକ ଆଶିଷ ମେହେର ଓ କୋଷାଧ୍ୟକ୍ଷ ଦେବରାଜ ମହାକୁର ଙ୍କ ସମେତ ଗ୍ରାମ୍ୟ ପରିଚାଳନା କମିଟିର ସମ୍ପାଦକ ସନାତନ ମହାକୁର , ସୁଧୀର ପ୍ରଧାନ , ଶଶାଙ୍କ ପ୍ରଧାନ, ସୁନିଲ ପ୍ରଧାନ,ବିକାଶ ମହାକୁର , ସତ୍ୟଜିତ ମହାକୁର , ରାଧା ମାଧବ ବେହେରା , ପୃଥ୍ବୀରାଜ ମହାକୁର , ପ୍ରମୋଦ ବେଦୋକ୍ତା , ରାକେଶ ପ୍ରଧାନ , ଦୀପକ ପଧାନ , ଡୁଗୁ ପ୍ରଧାନ , ପ୍ରାଣବନ୍ଧୁ ଭୁକ୍ତା , ବିମଳ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ। ଶେଷରେ ପ୍ରଭୁଦତ୍ତ ବେଦୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।