ବଡ ବରଡ଼ାକଟା ରେ ଲକ୍ଷ୍ମୀ ପୂଜା ଅବସରରେ ଗାଁ କଳାକାର ମାନଙ୍କ ଦ୍ଵାରା ପରିବେଷିତ ସାମାଜିକ ନାଟକ ସୁଖ ହଜିଗଲା ଅଧା ବାଟରେ ମଞ୍ଚସ୍ଥ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଖଣ୍ଡହତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ ବରଡ଼ାକଟା ଠାରେ ମାହେଶ୍ୱରୀ ନାଟ୍ୟ ସଂସଦ ତରଫରୁ ମାସବ୍ୟାପି ଲଷ୍ମୀପୂଜା ଉଦଯାପିତ ହୋଇଯାଇଛି l ଏ ଅବସରରେ ସାମାଜିକ ନାଟକ ସୁଖ ହଜିଗଲା ଅଧା ବାଟରେ ମଞ୍ଚସ୍ଥ ହୋଇଯାଇଛି I ୧୯୮୪ ମସିହା ରୁ ଆରମ୍ଭ ହୋଇଥିବା ଲଷ୍ମୀପୂଜା ଏହି ବର୍ଷ ଚାଳିଶ ବର୍ଷ ରେ ପଦାର୍ପଣ କରିଛି I ପୂର୍ଵ ରୁ ଗ୍ରାମର ସୌଖିନ କଳାକାର ମାନଙ୍କ ଦ୍ୱାରା ମାର୍ଗଶିର ମାସ ପ୍ରତି ଗୁରୁବାର ପୌରାଣିକ ନାଟକ ଲଷ୍ମୀ ପୁରାଣ କରାଯାଉଥିଲା I ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭା ରେ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଚମ୍ପାମାଲ ସମିତି ସଭ୍ୟ ଲଷ୍ମୀ ନାରାୟଣ ପୁରୋହିତ , ମାହେଶ୍ୱରୀ ନାଟ୍ୟ ସଂସଦ ସଭାପତି ରତନ ନାୟକ , ଉପଦେଷ୍ଟା ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ମଞ୍ଚ ପରିଚାଳନା ହିମାଂଶୁ ପଣ୍ଡା କରିଥିବା ବେଳେ ଆନନ୍ଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ I ଦେବବ୍ରତ ପୁରୋହିତ ଓ ନରେଶ ପଧାନ ଙ୍କ ନିର୍ଦ୍ଦେଶନା ରେ ଅଭିନିତ ନାଟକ ରେ ଅଗସ୍ତି ରଣା , ସୁମନ ବେଲଘରିଆ , ସାନ ଦେହେରି , ବିଦ୍ୟା ଦେହେରି, ସୁନୁ ପୁରୋହିତ,ଗଣେଶ କର୍ଣ୍ଣ, ଶଙ୍ଖବ୍ରତ ପୁରୋହିତ , ରଥି ଗାଈଗରିଆ , ବିଶ୍ୱ ଗାଈଗରିଆ , ବିନୋଦ ଗାଈଗରିଆ , ବୁଦ୍ଧ ଦେବ ସାହୁ , ବ୍ୟାସଦେବ ସାହୁ ପ୍ରମୁଖ ଅଭିନୟ କରିଥିଲେ l