ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ଭରତ ସ୍କାଉଟ ଗାଇଡ ର 12 ତମ ଜିଲ୍ଲାସ୍ତରୀୟ ଶିବିର ଉଦଘାଟିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ 100 ଟି ସ୍କୁଲ ରୁ 86 ଜଣ ସ୍କାଉଟ ମାଷ୍ଟର , 21 ଜଣ ଗାଇଡ କ୍ୟାପଟେନ ଓ 410 ଜଣ ସ୍କାଉଟ ଛାତ୍ରଛାତ୍ରୀ ଉକ୍ତ ଶିବିରରେ ଅଂଶଗ୍ରହଣ କରୁଛନ୍ତି l 3 ଦିନ ଧରି ଚାଲିଥିବା ଶିବିର ମଙ୍ଗଳବାର ଥିଲା ପ୍ରଥମ ଦିବସ ତଥା ଉଦଘାଟନୀ ଉତ୍ସବ l ଏହି ଅବସରରେ ଆୟୋଜିତ ସଭାରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ସଭାପତିତ୍ୱ କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଓ ଶାନ୍ତି ର ପଥରେ ଅଗ୍ରସର ହୋଇ ଉତ୍ତମ ଦିଗଦର୍ଶନ ପ୍ରାପ୍ତ କରିବା ହିଁ ସ୍କାଉଟ ଓ ଗାଇଡ୍ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଅତିଥି ପରିଚୟ ପ୍ରଦାନ ପାରିଥିବା ବେଳେ ସ୍କାଉଟ ଓ ଗାଇଡ୍ ର ଜିଲ୍ଲା ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ I ଜିଲ୍ଲା ସ୍କାଉଟ ମାଷ୍ଟର ସଞ୍ଜୀବ କୁମାର ସାହୁ ସଭା ସଂଯୋଜନା କରିଥିଲେ l ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପଧାନ , ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ନୀଳାଚଳ ମେହେର ମଞ୍ଚାସୀନ ଥିଲେ l ବୀରମହାରାଜପୁର ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଙ୍ଗିତ ନୃତ୍ୟ ପରିବେଷଣ କରିଥିଲେ l