Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୋଦୀ ସରନେମ୍‌ ମାମଲା; ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ: ମୋଦୀ ସର୍‌ନେମ୍‌ ମାଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଏହି ମାମଲାରେ ଆଜି ଆସିପାରେ ରାୟ। ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ । ମୋଦି ସାଙ୍ଗିଆ ମାମଲାରେ ନିମ୍ନକୋର୍ଟ ରାୟକୁ କାଏମ ରଖିଥିଲେ ସେସନସ କୋର୍ଟ। ଏହାପରେ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ମାମଲା ଲଢୁଛନ୍ତି ।

୨୦୧୯ରେ କର୍ଣ୍ଣାଟକରେ ନିର୍ବାଚନ ରାଲିରେ ମୋଦୀ ସର୍‌ନେମ୍‌କୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ। ପରେ ତାଙ୍କ ବିରୋଧରେ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ୨୩ ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସିଜେଏମ କୋର୍ଟ । ଏହାସହ ସାଂସଦ ପଦ ମଧ୍ୟ ହରେଇଥିଲେ ରାହୁଲ।