Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହଷ୍ଟେଲ ବାଥରୁମକୁ ଯାଇ ଆଉ ଫେରିଲେନି ଛାତ୍ର, ଉଦ୍ଧାର ହେଲା ମୃତଦେହ

କଳାହାଣ୍ଡି: ସକାଳୁ ବାଥରୁମକୁ ଗଲେ ହଷ୍ଟେଲରେ ରହୁଥିବା ଛାତ୍ରୀ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଫେରିଲେନି । କବାଟ ଖୋଲାଯିବା ପରେ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମା’ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ । ମୃତ ଛାତ୍ରୀ ଜଣଙ୍କ ହେଲେ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ । ଛାତ୍ରୀ ଜଣଙ୍କ ଯୁକ୍ତଦୁଇ ପ୍ରଥମ ବର୍ଷ ପଢ଼ୁଥିଲେ ।

ଆଜି ସକାଳେ ଛାତ୍ରୀ ଜଣଙ୍କ ବାଥରୁମ୍‌ ଯାଇଥିଲେ । ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନଥିଲେ । ସହପାଠୀ କବାଟ ବାଡ଼େଇ ଡାକିଥିଲେ ମଧ୍ୟ ଭିତରୁ କିଛି ଉତ୍ତର ପାଇ ନଥିଲେ । ଏନେଇ ସହପାଠୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ହଷ୍ଟେଲରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ।

ଛାତ୍ରୀ ଜଣ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ତାହା ଜଣାପଡ଼ିନାହିଁ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ।