ବୀରମହାରାଜପୁର : (ସୌମିତ୍ରି ମେହେର)
ଆଜି ନବନିର୍ମାଣ କୃଷକ ସଂଗଠନ, ସୁବର୍ଣ୍ଣପୁର ତରଫ ରୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲl ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଧାନ କିଣା ପୂର୍ବରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଏହାର ଅଧକ୍ଷତା କରିଥିଲେ । ରାଜ୍ୟ ଉପ ସଭାପତି ସୋନାଲି ବିଶି ଯୋଗ ଦେଇ ମୁଖ୍ୟ ସଚେତନ ବାର୍ତ୍ତା ଦେଇଥିଲେ। ପଞ୍ଚାୟତ ର ସବୁ ଗାଁ ର ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ନିଜ ନିଜ ଗାଆଁ ରେ ଥିବା ଚାଷୀ ସମସ୍ୟା ଯଥା ହାତୀ , ବାରହା , ମାଙ୍କଡ ଉପଦ୍ରବ , ଜଳସେଚନ ସମସ୍ୟା , ଧାନ ଶୁଖାଇବା ପାଇଁ ଖଳା ର ସମସ୍ୟା ଆଦି ସଂଗଠନ କୁ ଅବଗତ କରାଇଥିଲେ । ସ୍ବାସ୍ଥ୍ୟ ସମସ୍ୟା ଭାବେ କିଡନୀ ରୋଗ ବ୍ୟାପୁଥିବା ରୁ ସଂଗଠନ ଉଦବେଗ ପ୍ରକାଶ କରିଥିଲା । ବିଗତ ବର୍ଷ ଗୁଡ଼ିକରେ ପେକ୍ସ ରେ ହେଉଥିବା ଚାଷୀ ସମସ୍ୟା ଉପରେ ମନ୍ତବ୍ୟ ଦେଇଥିଲେ ଚାଷୀ । ଧାନ ର ସୁରକ୍ଷା ପାଇଁ ଟାର୍ପୋଲିନ୍ ନ ଦେବା , ସାର କିଣିଲେ ରିଶିପ୍ଟ ନ ମିଳିବା ଆଦି ଅଭିଯୋଗ କରିଥିଲେ। ସମ୍ପାଦକ ଏ ସବୁ ଅସୁବିଧା ହେବନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ଶ୍ରୀମତୀ ସୋନାଲି ବିଶି ମଣ୍ଡି ରେ ହେଉଥିବା ଅନ୍ୟାୟ ବିରୁଦ୍ଧ ରେ ଆବାଜ୍ ଉଠେଇବା ଓ ସଂଗଠିତ ହେବା ପାଇଁ ଆହ୍ଵାନ ଦେଇଥିଲେ । ଚାଷୀ ଙ୍କ ପ୍ରାଇସ ପ୍ରେଷ୍ଟିଜ୍ ପେନସନ ପାଇଁ ନବନିର୍ମାଣ କୃଷକ ସଂଗଠନ ସବୁବେଳେ ଚେଷ୍ଟିତ ବୋଲି ସେ କହିଥିଲେ । ଜିଲ୍ଲା ସଭାପତି ଶ୍ରୀ ପାଢ଼ୀ ପଞ୍ଚାୟତ ରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ ଥାନା ରୁ ଆରମ୍ଭ କରି ଡାକ୍ତରଖାନା ସବୁଠି ସଂଗଠନ ଲୋକଙ୍କୁ ଦୁର୍ନୀତି ରୁ ରକ୍ଷା କରିବା ପାଇଁ ଏକ ଢାଞ୍ଚା ତିଆରି କରିବ । ଏହି ଢାଞ୍ଚା ରେ ନିଜର ଭୂମିକା ନିର୍ଣ୍ଣୟ କରିବା ପାଇଁ ସେ ଚାଷୀ ଙ୍କୁ ଆହ୍ଵାନ କରିଥିଲେ। ଶୀଘ୍ର ମଣ୍ଡି ଖୋଲିବା, ସୁରୁଖୁରୁ ରେ ବିନା କଟନି ଛଟନି ରେ ଧାନ କିଣା ହେବା , ଆନାଲାଇଜର ମେସିନ୍ ର ଠକାମୀ ବନ୍ଦ କରିବା , ଏଫ୍ ସି ଡବ୍ଲ୍ୟୁ ସାଇଟ୍ ରେ ଚାଷୀ ଡାଟା କୁ ସାର୍ବଜନୀନ କରିବା , ଶୀଘ୍ର ପେକ୍ସ ଭିତ୍ତିଭୂମି , ସେଡ୍ ଆଦି ର ନିର୍ମାଣ ଓ ଅଞ୍ଚଳ ରେ କିଡନୀ ଡାଇଲିସିସ କେନ୍ଦ୍ର ସ୍ଥାପନ ଆଦି ପ୍ରସ୍ତାବ ଆଗତ ହୋଇଥିଲା ।