ଉପଖଣ୍ଡ ସ୍ତରୀୟ କୃଷି ଜନ୍ତ୍ରପାତି ମେଳା ଉଦଘାଟିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି l ଗୁରୁବାର ଜିଲ୍ଲା କୃଷି ଅଧିକାରୀ ବୁଦ୍ଧଦେବ ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ମେଳା କୁ ଉଦଘାଟନ କରିଥିଲେ । ଚାଷୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ସବୁ ସମୟରେ ଚେଷ୍ଟିତ, ମୋର ଚାଷୀ ମାନଂକ ପ୍ରତି ମୁଖ୍ୟ ପ୍ରାଥମିକତା ରହିବ ଯେପରିକି ଚାଷୀ ମାନଙ୍କ ଜମି କୁ ଜଳସେଚନ ସୁ – ବ୍ୟବସ୍ଥା , ଜୈବିକ ଚାଷ ବ୍ୟବସ୍ଥା , ଆମ ସରକାର ସମସ୍ତ ବ୍ଲକ ମାନଙ୍କରେ ଶୀତଲ ଭଣ୍ଡାର ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟ ଅତିଥି ଶ୍ରୀ ଜଗଦଲା କହିଥିଲେ ।  ଚାଷୀ ମାନେ ପ୍ରକୃତ ରେ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟ ରେ ଜାଣି ପାରୁ ନାହାଁନ୍ତି , ଚାଷୀ ଙ୍କୁ ସଚେତନ କରିବା ଉପରେ ବିଭାଗ ଦୃଷ୍ଟି ଦେବାକୁ କହିଥିଲେ । ବୀରମହାରାଜପୁର ରେ ବହୁ କପାଚାଷୀ ଥିବା ସହ ବହୁ ପରିମାଣ କପା ଉତ୍ପାଦନ ହେଉଥିବା ରୁ ଜିନିଙ୍ଗ ମିଲ ପ୍ରତିଷ୍ଠା ନେଇ ଚେଷ୍ଟା କରିବି ବୋଲି କହିଥିଲେ l ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ବୀରମହାରାଜପୁର ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା , ଡେପୁଟି କଲେକ୍ଟର ଉପେନ୍ଦ୍ର ଦାସ , ତହସିଲଦାର ପୁନମ ମହାପାତ୍ର , ସହକାରୀ ଉଦ୍ୟାନ ଅଧିକାରୀ ବିଦ୍ୟାଧର ଦାସ , ଏସଡିଭିଓ ଅଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ  ନିଜ ନିଜ ବିଭାଗ ଦ୍ଵାରା ଚାଷୀ ମାନଂକ ପାଇଁ ଥିବା ଯୋଜନା ନେଇ ଉପସ୍ଥିତ ଚାଷୀ ଓ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ l ଶେଷରେ ବୀରମହାରାଜପୁର ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର କୁମାର ବରିହା ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାପରେ ସମସ୍ତ ଅତିଥି ବିଭିନ୍ନ ଷ୍ଟଲ ବୁଲିବା ସହିତ ଦୁଇଗୋଟି ଶ୍ରୀ ଅନ୍ନ ରଥକୁ ଉଦଘାଟନ କରିଥିଲେ । ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ କୃଷି ଓ ଆନୁସଙ୍ଗିକ କୃଷି ବିଭାଗ କର୍ମଚାରୀ ମାନେ ସହଯୋଗ କରିଥିଲେ l