ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରିଥିବାବେଳେ ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବରେ ପରିଚାଳନା ପରିଷଦ ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରୀ , ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଝାରୀ , କ୍ରୀଡା ସଂଗଠକ ନରେନ୍ଦ୍ର ଚାନ୍ଦ ପ୍ରମୁଖ ଯୋଗଦେଇ ବିଷୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁପ୍ରଭା ନନ୍ଦ , ଅଧ୍ୟାପିକା ନିତାରାଣୀ ପଧାନ ପ୍ରମୁଖ ମଂଚାସୀନ ଥିଲେ I ଅଧ୍ୟାପକ ବିଜୟ କୁମାର ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I ସଭାର ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରୀଡା ପତାକାକୁ ଅବତରଣ କରାଯିବା ସହିତ କ୍ରୀଡା ମସାଲକୁ ନିର୍ବାପନ କରାଯାଇଥିଲା I ଏହାପରେ ନିମନ୍ତ୍ରିତ ଅତିଥି ମାନଙ୍କଦ୍ୱାରା ପତାକାକୁ କ୍ରୀଡା ଅଧିକାରୀ ବିଜୟ କୁମାର ପଧାନଙ୍କ ହାତରେ ଅର୍ପଣ କରାଯାଇଥିଲା I ଏହି ପ୍ରତିଯୋଗିତାରେ 500 ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଏଥିରେ ଯୁକ୍ତ ଦୁଇ ପୁରୁଷ ବିଭାଗରେ ଅଣାକIର ସାହୁ, ମହିଳା ବିଭାଗରେ ନମିତା ଜଗଦଲା ଏବଂ ଯୁକ୍ତ ତିନି ପୁରୁଷ ବିଭାଗରେ ଆଶିଷ ଜଗଦଲା ଓ ମହିଳା ବିଭାଗରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଭୋଇ ଚାମ୍ପିଯାନ ହୋଇଥିଲେ I ସର୍ବମୋଟ 44 ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଜିତେନ୍ଦ୍ର କୁମାର ସାହୁ, ଡ଼. ବନ୍ଦିତା ବିଶ୍ୱାଳ, ପ୍ରଭାତ ପୁରୋହିତ, ମାଧବ ପଧାନ, ମାଳତୀ ନାଏକ, ଚିନ୍ମୟ ପଣ୍ଡା, ଦେବ ରଞ୍ଜନ ଦାଶ , ବରୁଣ କଲତା , ଶ୍ରୀରାମ ଦେହେରୀ , କଲାହାକାହ୍ନୁ ପଧାନ, ଦିବାକର ଭୋଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ I