Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କ ପରଲୋକ। ଦୀର୍ଘ ଦିନ ଧରି ଅସୁସ୍ଥତା ରହବା ଆଜି ମହାରାଷ୍ଟ୍ରର କୋହ୍ଲାପୁରରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ପୁଅ ତୁଷାର ଗାନ୍ଧୀ ତାଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି।

ଅରୁଣ ଗାନ୍ଧୀ ୧୪ ଏପ୍ରିଲ ୧୯୩୪ ରେ ସାଉଥ୍‌ ଆଫ୍ରିକାରେ ମଣିଲାଲ ଗାନ୍ଧୀ ଏବଂ ସୁଶୀଲା ମଶ୍ରୁୱାଲାଙ୍କ କେଳରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଜେଜେବାପାଙ୍କ ପଦ ଅନୁସରଣ କରୁଥିଲେ। ସେ ମହାରାଷ୍ଟ୍ରର ଜଣେ ଲେଖକ ତଥା କାର୍ଯ୍ୟକର୍ତ୍ତା ଥିଲେ। ସେ ତାଙ୍କ ଜେଜେବାପାଙ୍କ ସହ ଜଡିତ ଅନେକ ପୁସ୍ତକ ଲେଖିଥିଲେ।

ତାଙ୍କ ପୁଅ ତୁଷାର ଓ ଝିଅ ଅର୍ଚ୍ଚନା। ଅରୁଣ ଗାନ୍ଧୀ ନିଜକୁ ଶାନ୍ତିର ପୁରୋହିତ ବୋଲି କହୁଥିଲେ। ସେ ଅନେକଗୁଡିକ ପୁସ୍ତକ ଲେଖିଛନ୍ତି। ତନ୍ମଧ୍ୟରୁ ‘କସ୍ତୁରବା, ଫର୍‌ଗଟନ୍‌ ଓମେନ୍‌’, ‘ଗ୍ରାଣ୍ଡ୍‌ ଫାଦର୍‌ ଗାନ୍ଧୀ’, ‘ଗିଫ୍ଟ ଅଫ୍‌ ଆଙ୍ଗର୍‌ ଏବଂ ଅଦର୍‌ ଲେସନ୍‌ ଫ୍ରମ୍‌ ମାଏ ଗ୍ରାଣ୍ଡଫାଦର୍‌ ମହାତ୍ମା ଗାନ୍ଧୀ’ ଅନ୍ୟତମ। ତାଙ୍କ ଜେଜେବାପାଙ୍କ ପଦାଙ୍କ ଅନୁସରଣ କରି ସେ ସର୍ବଦା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ପାଇଁ ଗାନ୍ଧୀ ମୂଲ୍ୟବୋଧ ପ୍ରଚାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ