Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଆଁ ଲାଗି ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ନୟାପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଶିଶୁ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନାଯୋଗ୍ୟ, ନୟାପୁର ଅଞ୍ଚଳରେ ଦିନେଶ ତାଙ୍କ ପରିବାର ରୁହନ୍ତି । ସବୁଦିନ ପରି ରାତିରେ ଖାଇପିଇ ଶୋଇଥିଲେ । କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଦେଖୁ ଦେଖୁ ଚାରିଆଡେ ବ୍ୟାପି ଯାଇଥିଲା । ଦିନେଶ, ପତ୍ନୀ ଓ ତାଙ୍କର ଦୁଇ ପିଲା ଘରୁ ବାହାରିବାକୁ ବିଫଳ ହୋଇଥିଲେ । ଫଳରେ ୪ ଜଣ ନିଆଁରେ ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି ।