Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୂକମ୍ପରେ ଥରିଲା ନେପାଳ ଓ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ: ସକାଳୁ ସକାଳୁ ପଡ଼ୋଶୀ ନେପାଳରେ ଭୂକମ୍ପ ଝଟକା । ଏନସିଏସ ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି ।  ଭାରତୀୟ ସମୟ ଅନୁସାରେ ଭୂକମ୍ପର ସମୟ ସକାଳ ୩ଟା ୫୮ ମିନିଟ୍ରେ ଅନୁଭୂତ ହୋଇଥିଲା । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବାର ସୂଚନା ସାମ୍ନାକୁ ଆସି ନାହିଁ ।

ଏହି ଭୂକମ୍ପର ଝଟକା ନେପାଳ ସହ ଉତ୍ତରାଖଣ୍ଡରେ ମଧ୍ୟ ଅନୁଭୂତ ହୋଇଛି । ଏଠାରେ ସକାଳ ୪ଟାରେ ଅନୁଭୂତ ହେବା ସହ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି । ପାଖାପାଖି ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଲୋକେ ଭୟଭୀତ ହୋଇ ଥଣ୍ଡାରେ ଘରୁ ବାହରକୁ ପଳାଇ ଆସିଥିଲେ ।