ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ସଭାଗୃହ ରେ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପରେ ନିୟୋଜିତ ଜଳ ମିତ୍ର ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର-୨୦୨୪ ଉଦ୍ଯାପିତ ହୋଇ ଯାଇଛି। ଗତ ୧୬ ତାରିଖ ଠାରୁ ଆରମ୍ଭ କରି ୨୧ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି ତିନୋଟି ପର୍ଯ୍ୟାୟ ରେ ଏହି ଟ୍ରେନିଂ ଚାଲିଥିଲା । ଶିବିରରେ ୧୫ଟି ପଞ୍ଚାୟତର ୧୦୨ ଜଣ ଜଳମିତ୍ର ଟ୍ରେନିଂ ନେଇଥିଲେ ।ସମ୍ବଳ ବ୍ୟକ୍ତି ଭାବରେ ନିଳାମ୍ବର ପଣ୍ଡା ଓ ଶେଷଦେବ ବାରିକ ରହିଥିଲେ ଓ ବିଶୁଦ୍ଧ ଭାବରେ ଜଳର ପରିଚାଳନା ଏବଂ ଜଳକୁ କିପରି ସଞ୍ଚୟ କରି ଚାଷ କାର୍ଯ୍ୟ ରେ ଲଗାଇ ଉପଯୋଗୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଉଦ୍ଯାପନୀ ସମାରୋହରେ ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଟ୍ରେନର ଡ.ଦ୍ବିତୀକୃଷ୍ଣ ପଣ୍ଡା ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।