Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ ର ଉଦଘାଟନୀ ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ହେବାକୁ ଥିବା ୨୮ ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଉଦଘାଟନୀ ସମାରୋହ ଶନିବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପ୍ରାରମ୍ଭରେ ଗ୍ରାମର ଆରାଧ୍ୟ ଦେବତା ଜଗନ୍ନାଥ ଙ୍କ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରା ମନ୍ଦିର ରୁ ବାହାରି ପଡିଆ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ରେ ମଶାଲ ଓ ଜଗନ୍ନାଥ ଙ୍କ ଫଟୋ ଚିତ୍ର କୁ ଅଣାଯାଇଥିଲା । ପରେ ଅନୁଷ୍ଠିତ ଏକ ସଭା ରେ ଆୟୋକ ସଭାପତି ସୁଶିଲ ପ୍ରଧାନ ପୌରୋହିତ୍ୟ କରିଥିଲେ । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ , ଗ୍ରାମ୍ୟ ପରିଚାଳନା କମିଟିର ସଭାପତି କଳ୍ପତରୁ ମହାକୁର , ଦିବ୍ୟ କିଶୋର ପାଠାଗାର ର ସଭାପତି ବୀରେନ ପ୍ରଧାନ , କ୍ରୀଡାବିତ ପିକୁଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସର ରେ ଟୁର୍ଣ୍ଣାମେଣ୍ଟ ର ସଫଳତା ପାଇଁ ସମସ୍ତେ ଶୁଭ କାମନା କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସୂଚନା ଯୋଗ୍ୟ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡିଆ ରେ ଡିସେମ୍ୱର ୨୨ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ହେବ। ଏଥିରେ ରାଜ୍ୟ ର ଦୁଇଟି ଦଳ ଏସ ଡି ସି ଏ ସୋନପୁର ଓ ସ୍ପାର୍ଟନ ଭୁବନେଶ୍ୱର ଦଳ ଅଂଶ ଗ୍ରହଣ କରିଥିବା ବେଳେ ରାଜ୍ୟ ବାହାର ର ଏନ୍ଏନ୍ ଏସ୍ ପ୍ରୟାଗରାଜ (ୟୁପି) , ଗୁଲବର୍ଗା ସିଟି -୧୧ କର୍ଣ୍ଣାଟକ, ବିରାଟ କ୍ରିକେଟ କ୍ଳବ କୋଲକତା ( ପଶ୍ଚିମବଙ୍ଗ) , ଏନ ସି ଏ ବିଶାଖାପାଟନା(ଆନ୍ଧ୍ରପ୍ରଦେଶ) , ପାନ୍ଥର କ୍ରିକେଟ କ୍ଲବ ହଜାରୀବାଗ( ଝାଡ଼ଖଣ୍ଡ) , ବାଘଲପୁର କ୍ରିକେଟ କ୍ଲବ ପାଟନା (ବିହାର) ଏବଂ କ୍ୟୁସିଆଇ ୱାରିଅର ଛତିଶଗଡ ଆଦି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏଥିରେ ଚାମ୍ପିଅନ ଦଳ କୁ ନଗଦ ୫୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳ କୁ ନଗଦ ୩୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯିବ । ଚଳିତ ୨୨ତାରିଖରେ ଏହାର ପ୍ରଥମ ମ୍ୟାଚ୍ ଛତିଶଗଡ଼ ଓ ଗୁଲବର୍ଗା ସିଟି -୧୧ କର୍ଣ୍ଣାଟକ ମଧ୍ୟରେ ହେବ। ଡିସେମ୍ୱର ୨୯ ତାରିଖ ରେ ଏହାର ଫାଇନାଲ ମ୍ୟାଚ୍ ହେବ। ପ୍ରତ୍ୟହ ଗୋଟିଏ ଲେଖାଏଁ ମ୍ୟାଚ୍ ହେବ । ନକ୍ ଆଉଟ୍ ପଦ୍ଧତିରେ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକ ଟି-୨୦, ଟି -୧୦ ଓ ସୁପର -୨ ଓଭର ବିଶିଷ୍ଟ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ