Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ କୃଷି ଜନ୍ତ୍ରପାତି ମେଳା ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି  । ବୀରମହାରାଜପୁର କୃଷି ଜିଲ୍ଲା ଅଧିକାରୀ ଧୀରେନ୍ଦ୍ର ସିଂବରିହା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ୍ ବଘାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି କ୍ଷେତ୍ରରେ କୃଷି ଯନ୍ତ୍ରପାତୀ ବ୍ୟବହାର କରି ଚାଷ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ। । ଏହାସହିତ ଚାଷୀ ଧାନ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଉପସ୍ଥିତ କୃଷି ଅଧିକାରୀ  ଓ ସମବାୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା  , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତି ଲତା ମିଶ୍ର , ଜିଲ୍ଲା ପରିଷଦ ସଦସ୍ୟ ଲବକୁମାର ସାହୁ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସରପଞ୍ଚ ମହେନ୍ଦ୍ର ଜଗଦଲା , ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ସମାଜ ସେବୀ  କୃତିବାସ ମିଶ୍ର , ବଲାଙ୍ଗୀର ଜିଲ୍ଲା ଡିଭିଜନ   କୃଷି ନିର୍ବାହୀ ଯନ୍ତ୍ରୀ ଲାଶା  ମୁର୍ମୁ ,  ଏ ଆର୍ ସି ଏସ  ପାଣୁ ଚରଣ ସାହୁ ପ୍ରମୁଖ ମଞ୍ଚାସୀନଥିଲେ । କାର୍ଯ୍ୟକ୍ରମକୁ ତରଭା ବ୍ଲକ କୃଷି ଅଧିକାରୀ ସୁଶ୍ରୀସ୍ମିତା ପଣ୍ଡା ସଂଯୋଜନା କରିଥିବା ବେଳେ ଶେଷରେ   ବୀରମହାରାଜପୁର କୃଷି ଜିଲ୍ଲା ଅଧିକାରୀ ଧୀରେନ୍ଦ୍ର ସିଂବରିହା  ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ କୃଷି ଓ ଆନୁସଙ୍ଗିକ କୃଷି ବିଭାଗ କର୍ମଚାରୀ ମାନେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ