ବୀରମହାରାଜପୁର ମେଳଣ ପଡିଆରେ ବ୍ଲକ ସ୍ତରୀୟ ପଏଁରୀ ତିହାର ସାଂସ୍କୃତିକ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ କାର୍ଯ୍ଯାଳୟ ନିକଟସ୍ଥ ମେଳଣ ପଡିଆରେ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ବ୍ଲକ ସ୍ତରୀୟ ପଏଁରୀ ତିହାର ଆଜି ପାଳନ କରାଯାଇଛି । କାର୍ଯ୍ୟକ୍ରମ ରେ ରବିବାର ଚମ୍ପାମାଳ ଗ୍ରାମପଞ୍ଚାୟତ ର ସରପଞ୍ଚ ମହେନ୍ଦ୍ର ଜଗଦଲା ସଭାପତିତ୍ୱ କରିଥିଲେ । ଗାଁ ଗାଁ ରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ମଂଚରେ ସ୍ଥାନ ଦେଇ ତାଙ୍କର କଳା ପରିବେଷଣ କରି ସମ୍ମାନ କରିବା ହେଉଛି ଏହି ତିହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାର ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ନାରାୟଣ ଲୁହା ବ୍ଲକ ଉପାଧ୍ୟକ୍ଷ ଯୋଗ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ରାମକୃଷ୍ଣ ହୋତା , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନାରାୟଣ ନନ୍ଦ, ଉପଦେଷ୍ଟା ଶ୍ରୀ ବତ୍ସ ମଲ୍ଲିକ , ପୀତବାସ ଶତପଥୀ , କଳାକାର ପରୀକ୍ଷିତ ପଧାନ , ଦଣ୍ଡ କଳାକାର ସରଜୁ ସାହୁ , ପାଲା କଳାକାର, ଅନୁଷ୍ଠାନ ର ସଭାପତି ଲଡୁ କିଶୋର ମଲ୍ଲିକ , ଉପ ସଭାପତି ପ୍ରଫୁଲ୍ଲ ନାଏକ , ସହ-ସଂପାଦକ ପୃଥିରାଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ରାମକୃଷ୍ଣ ହୋତାଙ୍କୁ ଙ୍କୁ “ପଏଁରି କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ଏବଂ ପରୀକ୍ଷିତ ପଧାନ ଓ ସରଜୁ କୁମାର ସାହୁ ଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହେଇ ଲୁଚି ଯାଇଥିବା କଳା , ଶୋହଳ ସୁଆଙ୍ଗ ଦଣ୍ଡ ନୃତ୍ୟ , ସଂଚାର, କରମସାନି , ପରଭା ନୃତ୍ୟ , ନଚନିଆଁ , ଶବର ଶବରନି , ପତର ସଉରା , ଝୁମେର , ରସରକେଲି , କୀର୍ତ୍ତନ ନୃତ୍ୟ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଶେଷରେ ଉପ ସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ର ଚିନ୍ମୟ କୁମାର ସାହୁ , ଶରତ ପଧାନ, ଗୋପାଳ ବେହେରା, ଅଶୋକ କୁମାର ସାହୁ , ଗୋକୁଳ ମାଝୀ , ଜଗନ୍ନାଥ ତଣ୍ଡିଆ , ଭୂଷଣ ଦେହୁରୀ , ବୈରାଗୀ ବାଘ ଆଦି ସହଯୋଗ କରିଥିଲେ l ତିହାରରେ ଶତାଧିକ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l