ବିରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୮ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ରବିବାର ଥିଲା ପ୍ରଥମ ମ୍ୟାଚ୍। ମ୍ୟାଚ୍ ଟି ଗୁଲବର୍ଗା ସିଟି -୧୧ କର୍ଣ୍ଣାଟକ ଓ କ୍ୟୁସିଆ ୱାରିଆର ଛତିଶଗଡ଼ ମଧ୍ୟରେ ହୋଇଥିଲା । ପ୍ରାରମ୍ଭ ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଜିଲା ପରିଷଦ ସଭ୍ୟ ଲବ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଟ୍ରଫି ଉନ୍ମୋଚନ କରିଥିଲେ। ଉଦଘାଟନୀ ମ୍ୟାଚ୍ ରେ ରେ ଛତିଶଗଡ଼ ଦଳ ୨-୧ ରେ ବିଜୟୀ ହୋଇ କ୍ୱାଟର ଫାଇନାଲ ରେ ପ୍ରବେଶ କରିଛି । ମ୍ୟାଚ୍ ଟି ଟି-୨୦ ଓ ଟି-୧୦ ଫର୍ମାଟ ରେ ହୋଇଥିଲା । ଛତିଶଗଡ ଦଳ ଟସ ଜିଣି କର୍ଣ୍ଣାଟକ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଟି -୨୦ ମ୍ୟାଚ୍ ରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ୧୭.୩ ଓଭର ରେ ସମସ୍ତ ଉଇକେଟ ହରାଇ ୭୭ ରନ କରିଥିଲା । ଦଳର ମହେଶ ରେଡ୍ଡୀ ୧୬, ସନ୍ମୟ ରୁଦ୍ରୱାଣି ଓ ନୀତିଶ ୱାଣିକଲ ପ୍ରତ୍ୟେକ ୧୩ ରନ ଲେଖାଏଁ କରିଥିଲେ । ବିପକ୍ଷ ଛତିଶଗଡ଼ ର ହମିଦ ରାଜା ଓ ପୱନ ମହନ୍ତ ପ୍ରତ୍ୟେକ ୩ ଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ଛତିଶଗଡ ଦଳ ଆବଶ୍ୟକୀୟ ୭୮ରନ କୁ ୯ ଓଭର ରେ ୩ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳର ବିବେକ ବୋରକର ୩୨ ବଲ୍ ରୁ ୪୭ ରନ କରିଥିଲେ। କର୍ଣାଟକ ର ସନ୍ତୋଷ ହାଟ୍ଟି ଓ ଶୀତଳ କୁମାର ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଟି-୨୦ ଫର୍ମାଟ ରେ କର୍ଣ୍ଣାଟକ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୮୮ ରନ କରିଥିଲା । ଦଳର ନୀତିଶ ୱାଣିକଲ ୨୨ବଲ ରୁ ୪୩ ରନ କରିଥିବା ବେଳେ ବିପକ୍ଷ ଛତିଶଗଡ଼ ର ଶଶାଙ୍କ ତିୱାରୀ ୪ ଟି ହମିଦ ରାଜା ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ଛତିଶଗଡ ଦଳ ଶଶାଙ୍କ ଚାନ୍ଦ୍ରକର ଙ୍କ ୧୯ ବଲ ରୁ ୫୧ ରନ ସହାୟତା ରେ ୬.୫ ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ଉଭୟ ଫର୍ମାଟ ରେ ବିଜୟୀ ହୋଇ ଛତିଶଗଡ ଦଳ କ୍ୱାଟର ଫାଇନାଲ ରେ ପ୍ରବେଶ କରିଛି । ପୀତାମ୍ୱର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଖୋଜ କୁମାର ପ୍ରଧାନ ଓ ଅବସରପ୍ରାପ୍ତ ଶିକ୍ଷକ ଉଜ୍ଜ୍ବଳ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛତିଶଗଡ ର ଶଶାଙ୍କ ତିୱାରୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ସୋମବାର ଦିନ ଛତିଶଗଡ ଓ ବିଶାଖାପାଟଣା ( ଆନ୍ଧ୍ର ପ୍ରଦେଶ) ମଧ୍ୟରେ ହେବ ବୋଲି ଆୟୋଜକ ସଭାପତି ସୁଶିଲ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।