ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ସି ଆର ସି ସି ବିନୟ କୁମାର ବିଶ୍ୱାଳ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ହିଁ ଜୀବନ ସାହିତ୍ୟ ର ଏକ ଅଭିନ୍ନ ଅଙ୍ଗ ବୋଲି ଅଭିଭାଷଣ ରଖିଥିଲେ । ଗଣିତ ଶିକ୍ଷକ ଦିନବନ୍ଧୁ ପ୍ରଧାନ ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଜୀବନୀ ବିଷୟରେ ଆଲୋକପାତ କରିବା ସହ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଏକ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଆୟୋଜିତ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ତୁଳସୀ ଷାଣ୍ଢ , ଦ୍ୱିତୀୟ ଦେବକୀ ଵଘାର , ତୃତୀୟ ପ୍ରୀତି ଖୁଣ୍ଟିଆ ଏବଂ କୁଇଜ଼ ପ୍ରତିଯୋଗୀତା ରେ ପ୍ରଥମ ଦେବକୀ ବଘାର , ଦ୍ୱିତୀୟ ପ୍ରମୋଦ ଜଗଦଲା , ତୃତୀୟ ସୁଶାନ୍ତ ବାଦୀ ହୋଇ ପୁରସ୍କୃତ ହୋଇଥିଲେ l ବିଦ୍ୟାଳୟ ର ଖେଳ ଶିକ୍ଷକ ସୁରେନ୍ଦ୍ର ପଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I