Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଧୀର ସ୍ମାରକୀ କମିରl କ୍ରିକେଟ୍ କପ୍ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କମିରା ଠାରେ ୧୧ତମ ସୁଧୀର ସ୍ମାରକୀ କ୍ରିକେଟ କପ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଆୟୋଜକ ସଂଘର ସଭାପତି ନିର୍ମଳ କୁମାର ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେଯୋଗଦେଇ ଥିଲେ I ସ୍ଥାନୀୟ ସରପଞ୍ଚ ଅନୁସୟା ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ , ବହଲପଦର ସରପଞ୍ଚ ନିରୁପମା ସେଠୀ , ଖଣ୍ଡହତା ସମିତି ସଭ୍ୟ ବିନୋବାନନ୍ଦ ପ୍ରଧାନ , ସମାଜସେବୀ ଧରଣୀଧର ପାଢ଼ୀ , ସପନ ପଧାନ , ଅଧ୍ୟାପକ ସୁଧାଂଶୁ ପଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚରେ କମିରା ଦଳ ୮ ଓଭରରେ ୭ ୱିକେଟ ହରାଇ ୬୩ ରନ ସଂଗ୍ରହ କରିଥିଲା । ଜବାବରେ ନୂଆପଡ଼ା ଦକ ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ ହରାଇ ୬୪ ରନ ସଂଗ୍ରହ କରି ମ୍ୟାଚ୍ ବିଜୟୀ ହୋଇଥିଲା । ପ୍ରଦୀପ ସାହୁ ଓ ପପୁନ ଚାଉଳିଆ ଆମ୍ପାୟାର ଥିବାବେଳେ ସିଦ୍ଧାର୍ଥ ବାରିକ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଅଚ୍ୟୁତାନନ୍ଦ ସାହୁ ଓ ସଚିନ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ