ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ବୀରମହାରାଜପୁର ଶାଖା ପକ୍ଷରୁ ଦସ୍ତଖତ ଅଭିଯାନ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ସୋମବାର ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବୀରମହାରାଜପୁର ଶାଖା ପକ୍ଷରୁ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ୨୦୦୮ରୁ ୨୦୧୮ ମଧ୍ୟରେ ଅଧ୍ୟାପକ ଏବଂ କର୍ମଚାରୀ ରାଜ୍ୟର ବିଭିନ୍ନ ଅନୁଦାନ ତଥା ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ପାଇ କାର୍ଯ୍ୟ ତୁଲାଇ ଆସୁଛନ୍ତି । ୧୯୬୯ ମସିହା ଶିକ୍ଷାନୀତି ପ୍ରଣୟନ ଠାରୁ ପ୍ରତି ୫ ବର୍ଷରେ ଥରେ ଅନୁଦାନ ତଥା ଅଣଅନୁଦାନ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ (ଜିଆଇଏ) ପ୍ରଦାନ କରାଯାଉଥିବା ବେଳେ ୨୦୧୪ ମସିହା ପରଠୁ ନୂତନ ଅନୁଦାନ ନୀତି ପ୍ରଣୟନ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଦସ୍ତଖତ ଅଭିଯାନରେ ଜିଲ୍ଲା ସଂଯୋଜକ ଉଦ୍ଧବ ପଧାନ , ଖଣ୍ଡ ସଂଯୋଜିକା ସନ୍ତୋଷିନୀ ନାୟକ, ସରିତା ମିଶ୍ର , ଦୀପିକା ତ୍ରୀପାଠି , ରାଜୀବ ମହାପାତ୍ର , ସଞ୍ଜୟ ପଧାନ , ଜିତେନ୍ଦ୍ର କୁମାର ସାହୁ , ସିଦ୍ଧେଶ୍ୱର ତ୍ରିପାଠୀ , ସୁମନ୍ତ ଦଲେଇ , ସତ୍ୟ ପଧାନ , ଗୋପାଳ ସାହୁ ପ୍ରମୁଖ ସାମିଲ ଥିଲେ ।