ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଳାପଥର ପଞ୍ଚାୟତ ଅନ୍ତର୍ଗତ ଭଙ୍ଗାମୁଣ୍ଡା ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ର ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି । ପ୍ରଥମେ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ଭଙ୍ଗାମୁଣ୍ଡା ମଠ ରୁ ମଶାଲ ଆଣି ପଣ୍ଡିଆପାଲି ଖେଳ ପଡ଼ିଆରେ ସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ପଙ୍କଜ ଖମାରୀ କ୍ରୀଡ଼ା ପତାକା ଉତ୍ତୋଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ପ୍ରତିଯୋଗିତାକୁ ଖେଳ ଶିକ୍ଷକ ରଣମୋହନ ଭୋଇ , ଅକ୍ରୁର ପଣ୍ଡା , ଲିପୁନ ସା , ରାଧେଶ୍ୟାମ ମେହେର , ମୀନକେତନ ମେହେର , ହିମାଂଶୁ ପାତ୍ର , ସୁଦର୍ଶନ ବିଶ୍ୱାଳ , ସଞ୍ଜୀବ ଜଗଦଲା , ବିନୋଦ ଛନ୍ଦ , ମାମିନା ମିଶ୍ର , ଯଶସ୍ୱିନୀ ସାହୁ , ପ୍ରଭାତୀ ତ୍ରିପାଠୀ , ପାର୍ବତୀ ମଲ୍ଲିକ , ରୂପାଲି ମେହେର , ପ୍ରଭାସିନୀ ପଟନାୟକ , ଯୋଶବନ୍ତି ମହାକୁର ପ୍ରମୁଖ ପରିଚାଳନା କରିଥିଲେ । ୫ଟି ବର୍ଗର ୩୭ ଟି ବିଭାଗରେ ୩୯୦ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶ୍ରୀଯୁକ୍ତ ପଙ୍କଜ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ମୁଖ୍ୟବକ୍ତା ଭାବେ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ଯୋଗଦେଇଥିଲେ l ମୁଖ୍ୟ ଅତିଥି ଭାବେ ଉଫୁଲା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀ ଏବଂ ଅନ୍ୟତମ ଅତିଥିଭାବେ ସମାଜସେବୀ ମୀନକେତନ ମହାକୁର ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଖମାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଲକ୍ଷ୍ମଣ ମହାନ୍ତି , ବୀଣାପାଣି ଭୋଇ , ବିକାଶ ମହାକୁର , ବିଶ୍ୱଜିତ୍ ନନ୍ଦ ପୁରସ୍କାର ବିତରଣ ରେ ସାହାଯ୍ୟ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ , ଗୀତ ଓ ସଚେତନତା ଧର୍ମୀ ନାଟକ ପରିବେଷଣ କରାଯାଇଥିଲା ।