Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆଁ ପୁଉଁଥିବା ବୃଦ୍ଧଙ୍କୁ ଟେକି ନେଇ ଦଳିଦେଲା ହାତୀ

ସମ୍ବଲପୁର: ଶୀତରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଥିବା ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଲା ଦନ୍ତା ହାତୀ । ଘଟଣା ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ୍‌ ଆମ୍ବିଲିପାଣି ଗାଁରେ ଘଟିଛି । ମୃତକ ହେଲେ ସୋତୋ ମୁଣ୍ଡା ।

ଗତକାଲି ବିଳମ୍ବିତ ରାତିରେ ଘର ବାହାରେ ନିଆଁ ଲଗାଇ ସେକି ହେଉଥିଲେ ସୋତୋ । ସେହି ସମୟରେ ସେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟିକୁ ତାଙ୍କୁ ଟେକି ନେଇ କଚାଡି ଦେବା ସହ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସୋତୋଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ବନ କର୍ମଚାରୀ ପହଞ୍ଚି ସୋତୋଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛନ୍ତି । ଏହାସହ ଏକ ମାମଲା ରୁଜୁ କରିଛନ୍ତି । ସୋତୋଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାର କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories