Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣିକପୁର ମା ବନଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ମାଣିକପୁର ଖେଳ ପଡ଼ିଆରେ ମଁl ବନଦୁର୍ଗା କ୍ରିକେଟ କପ୍ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। କମିଟିର ସଭାପତି ବାଲକିଶୋର ଡାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ମ୍ୟାଚ୍ ଶୁଭାରମ୍ଭ କରିଥିଲେ । ପ୍ରଥମ ମ୍ୟାଚରେ ମାଣିକପୁର ଓ ଚୌକା ମଧ୍ୟରେ ହୋଇଥିଲା । ଏଥିରେ ଚୌକା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୧୪୩ ରନ କରିଥିଲା । ଜବାବରେ ମାଣିକ ପୁର ଦଳ ନିର୍ଦ୍ଧାରିତ ୧୦ ଓଭରେ ୧୦୧ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ହିଲୁଙ୍ଗ ଓ ଉଫୁଲା ମଧ୍ୟରେ ହୋଇଥିଲା । ଏଥିରେ ହିଲୁଙ୍ଗ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭର ରେ ୯୭ ରନ କରିଥିଲା। ଜବାବରେ ଉଫୁଲା ଦଳ ଆବଶ୍ୟକୀୟ ୧୧୭ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ଚୌକା ଓ ଉଫୁଲା ମଧ୍ୟରେ ହୋଇଥିଲା। ଏଥିରେ ଚୌକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରେ ରେ ୪୪ ରନ କରିଥିଲା । ଜବାବରେ ଉଫୁଲା ଦଳ ନିର୍ଦ୍ଧାରିତ ୫ ଓଭର ୬୧ ରନ କରି ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଛି । ପ୍ରଭାସ ଭୋଇ , ପ୍ରଭୂଦତ୍ତ ଭୋଇ ଖେଳ ପରିଚାଳନା କରିଥିଲେ । ପିଣ୍ଟୁ ହାତୀ , ନିରାକାର ବାରିକ , ବାଲ୍ମୀକି ଡାଙ୍ଗ , ମଣ୍ଟୁ କଅଁର , ପ୍ରହଲ୍ଲାଦ ପଧାନ, ରଞ୍ଜନ ଅମାତ, ସତ୍ୟବ୍ରତ ହାତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଜୟଦୀପ ତଣ୍ଡିଆ ଧାରାବିରଣୀ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ