ଭୁବନେଶ୍ବର: ଜହ୍ନ । ଧୋବ ଫର ଫର । ଜହ୍ନ ଓ ଏହାର ଉଜ୍ବଳ ଆଲୋକକୁ ନେଇ ଆମେ ବହୁତ କିଛି ଶୁଣିଛନ୍ତି । ପିଲାବେଳେ ଜେଜେବାପା, ଜେଜେମାଆଠାରୁ ଜହ୍ନକୁ ନେଇ ବହୁତ କାହାଣୀ ଶୁଣିଛନ୍ତି । ଆଉ ଜହ୍ନ ଆମର ଏତେ ନିଜର ଲାଗେ ଯେ, ଆମେ ତାକୁ ଜହ୍ନ ମାମୁଁ ବୋଲି କହିଥାନ୍ତି । ହେଲେ ନୀଳ ଆକାଶରୁ ନିଜର ଧବଳ ଆଲୋକ ବିଛୁରିତ କରି ଆମ ମନକୁ ଆଲୋକିତ କରିବା ସହ ଶକ୍ତିର ଉତ୍ସ ଆମ ଜହ୍ନ ମାମୁଁ ଆଜି କଳା ଦେଖା ଯିବେ । ଶିଣୁ ଆଶ୍ଚର୍ଯ୍ୟ ଲାଗୁଛି କି ? ହଁ ଆଜ୍ଞା ଏହା ସତ । ଆଜି ଆକାଶରେ ଘଟିବ ବିରଳ ଘଟଣା । ଆଜି ରାତିରେ ଆକାଶରେ ଦେଖିବାକୁ ମିଳିବ କଳା ଜହ୍ନ ।
ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ । ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୪ଟା ବେଳେ ଏହା ଦେଖିବାକୁ ମିଳିବ ।
କଳାଜହ୍ନ କଥା କହିଲେ, ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ଜାତ ହୋଇଥାଏ । ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ । ଅନ୍ୟ ଅମାବାସ୍ୟା ଭଳି ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ରୁହେ, ଫଳରେ ଏହା ଦେଖାଯାଏ ନାହିଁ । ଚନ୍ଦ୍ରଗ୍ରହଣ ଭଳି ଏହା କୌଣସି ପ୍ରଭାବ ପକାଏନି । କିନ୍ତୁ ଗୋଟିଏ ମାସରେ ଦୁଇଟି ଅମାବାସ୍ୟା ଆସୁଥିବାରୁ ଏହାର ଗୁରୁତ୍ୱ କିଛିଟା ବଢ଼ି ଯାଏ ।